କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା : ଖୁବଶୀଘ୍ର ଆସିବ ପ୍ରାଥମିକ ରିପୋର୍ଟ

44

କନକ ବ୍ୟୁରୋ : କେନ୍ଦୁଝରରେ ଶିଶୁ ମୃତ୍ୟୁ ଘଟଣାର ଖୁବ ଶୀଘ୍ର ଆସିବ ପ୍ରାଥମିକ ରିପୋର୍ଟ । ଏହି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେଉଁ କାରଣରୁ ଏହି ଅଘଟଣ ଘଟିଲା । ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏସଏନସିୟୁରେ ୨୪ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁକୁ ଗୁରତର ସହ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଚିକିତ୍ସା ଅବହେଳାରୁ ଏସଏନସିୟୁରେ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍ ଏସଏନସିୟୁରେ ପହଞ୍ଚି ତହନ୍ତ କରିଛନ୍ତି । ରାଜ୍ୟ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମୀରଞ୍ଜନ ଶତପଥୀ ଓ ଶିଶୁ ପରାମର୍ଶଦାତା ଡାକ୍ତର ଆରଏନ ପଣ୍ଡା ତଦନ୍ତ ଶେଷ କରିଛନ୍ତି । ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି । ରିପୋର୍ଟ ଦାଖଲ ପରେ ଚିକିତ୍ସା ଅବହେଳାରୁ ଚାରି ଶିଶୁଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହେବ ।