ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ । କେ ସୁରେଶଙ୍କୁ ପ୍ରାର୍ଥୀ କଲା ଇଣ୍ଡିଆ ମେଣ୍ଟ ।

1,012

କନକ ବ୍ୟୁରୋ: ଦେଶରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଇଣ୍ଡିଆ ମେଣ୍ଟ । ସାଂସଦ କେ ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପ୍ରାର୍ଥୀ କରାଯାଇଛି । ଦୁଇ ନେତା ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ତେଣୁ ଆସନ୍ତାକାଲି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ଭୋଟ୍ ପଡିବ ।

ସୂଚନାଯୋଗ୍ୟ ଯେ, ଏନଡିଏ ମେଣ୍ଟ ବିଜେପି ସାଂସଦ ତଥା ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ପୁଣିଥରେ ଲୋକସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି । ଆଉ ବିରୋଧୀ ମେଣ୍ଟ ତାଙ୍କୁ ଟକ୍କର ଦେବା ପାଇଁ କେ ସୁରେଶଙ୍କୁ ମୈଦାନକୁ ଉତାରିଛି ।

ତେବେ ଶାସକ ଓ ବିରୋଧୀଙ୍କ ଭିତରେ ବାଚସ୍ପତି ନିର୍ବାଚନକୁ ନେଇ ଟଣାଓଟରା ଲାଗିରହିଥିଲା । ଆଜି ସକାଳୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ, ରାଜନାଥ ସିଂହଙ୍କ କଲ୍ ଖଡଗେ ଜୀଙ୍କ ପାଖକୁ ଆସିଥିଲା । ସେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଜବାବରେ ବିରୋଧୀଙ୍କୁ ଉପ ବାଚସ୍ପତି ପଦ ଦେବାକୁ ସେ ଦାବି କରିଥିଲେ । ହେଲେ ଏ ସବୁ ଚର୍ଚ୍ଚା ଆଲୋଚନାର ଶେଷରେ କଂଗ୍ରେସ ବାଚସ୍ପତି ପଦ ପାଇଁ ଶେଷରେ ପ୍ରାର୍ଥୀ ଦେଇଛି ।