ଉଡନ୍ତା ବିମାନର ଝରକା ଖୋଲିଥିଲେ ବିଜେପି ସାଂସଦ । ବିବାଦ ପରେ ମାଗିଲେ କ୍ଷମା, ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

232

କନକ ବ୍ୟୁରୋ : ଇଣ୍ଡିଗୋ ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲିବା ମାମଲାରେ ଏବେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ବୟାନ ଆସିଛି । ଏଥିରେ ସେ କହିଛନ୍ତି କି, ଏହି ମାମଲାରେ ପ୍ରଥମରୁ ବିଜେପି ସାଂସଦ ତେଜସ୍ୱୀ ସୂର୍ୟା କ୍ଷମା ମାଗିସାରିଛନ୍ତି । ଭୁଲରେ ସେ ଜରୁରୀକାଳୀନ ଦ୍ୱାର ଖୋଲିଦେଇଥିଲେ । ଏହାସହ ଏହାକୁ ନେଇ ବିରୋଧୀମାନେ ଯେଭଳି ବୟାନ ଦେଇଛନ୍ତି ତାହା ଉପରେ ସିନ୍ଦିଆ କିଛି କହିବାକୁ ମନା କରିଦେଇଛନ୍ତି । ଏହି ମାମଲାରେ ୨୦୨୨ ଡିସେମ୍ବର ୧୦ ତାରିଖର । ଇଣ୍ଡିଗୋର ଏକ ବିମାନ ଚେନ୍ନାଇରୁ ତିରଚିରାପଲ୍ଲୀ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା ।

ଡିଜିସିଏ ତରଫରୁ ଦିଆଯାଇଥିବା ବୟାନ ମୁତାବକ ଇଣ୍ଡିଗୋର ୬ଇ-୭୩୩୯ ବିମାନ ଆକାଶରେ ଉଡୁଥିବା ବେଳେ ଜଣେ ଯାତ୍ରୀ କହିଥିଲେ କି ବିମାନର ଜରୁରୀକାଳୀନ ଦ୍ୱାରା ଖୋଲା ହୋଇଛି  । ଏହାପରେ ଡିଜିସିଏ ତରଫରୁ ଏହି ମାମଲାର ଯାଂଚ ପାଇଁ ଆଦେଶ ଦିଆଯାଇଥିଲା । ଏହି ଯାଂଚରୁ ଜଣାପଡିଥିଲା କି ବେଙ୍ଗାଲୋରର ବିଜେପି ସାଂସଦ ଅସାବଧାନତାରେ ଏଭଳି କରିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ କଂଗ୍ରେସ, ଟିଏମସି ଓ ଏଆଇଏମଆଇଏମ ତରଫରୁ ବିଜେପିକୁ ଟାର୍ଗେଟ କରାଯାଇଥିଲା ।

ଏହି ଘଟଣାକୁ ନେଇ ଡିଜିସିଏ କହିଛି କି ଡିସେମ୍ବର ୧୦ ତାରିଖ ୨୦୨୨ ମସିହାରେ ବିମାନରେ ଯେବେ ବୋର୍ଡିଂ ହେଉଥିଲା ଜଣେ ଯାତ୍ରର ଅସାବଧାନତାରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଦେଇଥିଲେ । ଏହି ଯାତ୍ରୀ ଜଣଙ୍କ ବିଜେପି ସାଂସଦ ତେଜସ୍ୱୀ ସୂର୍ୟା ଥିଲେ ଓ ଏନେଇ ସେ ତୁରନ୍ତ କ୍ଷମା ମାଗିଥିଲେ ।