ରାଜଧାନୀରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ଆଂଟି ଟେରୋରିଷ୍ଟ ସ୍କାର୍ଡ ସହ ଓଡ୍ରାଫ ଓ ଏନଡିଏରଆଫର ମିଳିତ ଉଦ୍ୟମରେ ମକଡ୍ରିଲ

ମାତ୍ ଦେବାକୁ ରଣନୀତି

511

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ବଡ ମଲରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ମକ ଡ୍ରିଲ୍ । ରସୁଲଗଡରେ ଥିବା ବଡ ମଲରେ ପରୀକ୍ଷା ମୂଳକ ଭାବେ ଏହି ମକଡ୍ରିଲ୍ । ଏଥିରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ, କମିଶନରେଟ୍ ପୋଲିସ ସାମିଲ ହୋଇଛି । ଖାସ୍ କରି କାଉଣ୍ଟର ଟେରରିଷ୍ଟ ସ୍କୁୁଆଡ୍ ଓ ସିଭିଲ୍ ଡିଫେନ୍ସ ଟିମ୍ ସହାୟତାରେ ଏହି ମକଡ୍ରିଲ୍ କରାଯାଉଛି ।

ବିଶେଷ କରି ସହରର ବଡ ମଲରେ ଯଦି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ କିଭଳି ଭାବେ ଏହାର ମୁକାବିଲା କରାଯିବ , କିଭଳି ମଲର ସୁରକ୍ଷା ସହିତ ଧନଜୀବନ ସୁରକ୍ଷା କେମିତି କରାଯିବ , ସେନେଇ କିପରି ପ୍ରସ୍ତୁତ ହେବାକୁ ପଡିବ ଚାଲିଛି ଏହି ମକଡ୍ରିଲ୍ । କମିଶନରେଟ୍ ପୋଲିସ ଏହାର ମୁକାବିଲା କେମିତି କରିବ ମକଡ୍ରିଲରେ ଦର୍ଶାଉଛନ୍ତି ଜବାନ ମାନେ ।