ଯିଏ ଶାସନ କ୍ଷମତାରେ ଅଛନ୍ତି ସେମାନେ କୌରବ, ଥରେ ବୁଡିଲେ ଏମାନେ ଧ୍ୱଂସ ପାଇଯିବେ : ଜୟନାରାୟଣ ମିଶ୍ର ।

115

କନକ ବ୍ୟୁରୋ : କୌରବ ଭଳି ଧ୍ୱଂସ ପାଇଯିବ ଶାସକ ଦଳ । ଯିଏ ଶାସନ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ । କୌରବମାନେ ଯେମିତି ଅତ୍ୟଧିକ ଗର୍ବ ଏବଂ ଅହଂକାର ପାଇଁ ଯେମିତି ସେମାନେ ବୁଡି ଗଲେ ଏମାନେ ବି ଯେଉଁ ଅହଂ ଭାବ ଦେଖାଉଛନ୍ତି ଏମାନେ ବି ବୁଡି ଯିବେ ।ଥରେ ବୁଡି ଗଲେ ଧ୍ବଂସ ପାଇଯିବେ । କିଛି ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଏହାସହ ଜୟନାରାୟଣ କହିଛନ୍ତି, ଆମେ ପାଣ୍ଡଵ କି କଣ ଆମେ ଜାଣି ନାହୁଁ, କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ । ଧର୍ମକୁ ସାକ୍ଷୀ ରଖି ସବୁ କାମ କରୁଛୁ । ଧର୍ମରେ ଥିବାରୁ ଆମର କିଛି ଅସୁବିଧା ହେବନି । ସେହିଭଳି ତାଙ୍କୁ ଶକୁନି ଭାବେ ଆକ୍ଷେପ କରାଯାଉଥିବା ପ୍ରସଙ୍ଗକୁ ନେଇ ଜୟନାରାୟଣ କହିଛନ୍ତି, ଶକୁନି ତାର ଲକ୍ଷ୍ୟ ପ୍ରାପ୍ତି ଲାଗି କାମ କରୁଥିଲା । କୌରବ ବଂଶକୁ ଧ୍ୱଂସ କରିବା ଲାଗି କାମ କରୁଥିଲା । ଆମେ ମହାଭାରତରୁ ପଢିଛୁ । କିଏ ଶକୁନି, କିଏ ପାଣ୍ଡଵ ଏବଂ କିଏ କୌରବ ଆଗାମୀ ଦିନରେ ଜଣାପଡିବ ।

ଏସବୁ ଭିତରେ ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବାକୁ ମଧ୍ୟ ପଛାଇ ନାହାନ୍ତି ବିରୋଧୀ ଦଳ ନେତା । ଜୟନାରାୟଣ କହିଛନ୍ତି, ଭର୍ତ୍ତୃହରି ଜଣେ ଦକ୍ଷ ନେତା, ଲୋକସଭାରେ ତାଙ୍କର କାର୍ଯ୍ୟଶୈଳୀ ଯେମିତି ଥିଲା, ତାଙ୍କୁ ସଂସଦରେ ଉପ ବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଥିଲେ । କିନ୍ତୁ ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା ତେଣୁ ସେ ପଦ ପାଇଲେ ନାହିଁ ।