ବରିଷ୍ଠ ବଲିଉଡ ଅଭିନେତା ସମୀର ଖାଖରଙ୍କ ପରଲୋକ । ସଲମାନଙ୍କ ସହ ଥିଲା ଶେଷ ଅଭିନୟ

196

କନକ ବ୍ୟୁରୋ: ମନୋରଞ୍ଜନ ଦୁନିଆଁରେ ଏବେ ଦେଖାଦେଇଛି ଶୋକର ଛାୟା । ନିକଟରେ ଅଭିନେତା ସତୀଶ କୌଶିକଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହେବା ପରେ ଏବେ ଆଉ ଜଣେ ବରିଷ୍ଠ ଅଭିନେତା ସମୀର ଖାଖରଙ୍କର ପରଲୋକ ହୋଇଛି ।

ଶ୍ୱାସ ଜନିତ ସମସ୍ୟା ହେବାରୁ ସମୀର ଖାଖରଙ୍କୁ ମୁମ୍ବାଇ ବୋରୀବଲି ସ୍ଥିତ ଏମଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତ ଅଭିନୟ ଜଗତରେ ଅପୂରଣୀୟ କ୍ଷତି ଆଣିଥିବା କହିଛନ୍ତି ଅଭିନେତା ଅଭିନେତ୍ରୀ ।

ସମୀର ଖାଖର ବଲିଉଡ ଇଣ୍ଡଷ୍ଟ୍ରିରେ ୪ ଦଶକ ଯାଏଁ ଲଗାତାର କାମ କରିଥିଲେ । ଏହା ମଝିରେ ବ୍ରେକ୍ ନେଇ ଆମେରିକା ଚାଲିଯାଇ ସେଠାରେ ରହିଲେ । ସେଠାରୁ ପୁଣି ଫେରି ଗୁଜୁରାଟି ନାଟକରେ ଅଭିନୟ ଆରମ୍ଭ କଲେ । ସେ ସଲମାନ ଖାନଙ୍କ ଅଭିନୀତ ‘ଜୟ ହୋ’ ମୁଭିରେ ଅଭିନୟ କରିଥିଲେ ଯାହା ତାଙ୍କର ଶେଷ ଅଭିନୟ ଥିଲା । ଫିଲ୍ମ ‘ନୁକ୍କଡ’, ସର୍କସ୍’, ‘ମନୋରଞ୍ଜନ’ , ‘ଶ୍ରୀମାନ ଶୀମତି’ ଆଦିରେ ଫିଲ୍ମରେ କାମ କରି ପ୍ରସିଦ୍ଧି ସାଉଁଟିଥିଲେ । ତାଙ୍କର କମେଡି ସମସ୍ତଙ୍କୁ ବାନ୍ଧି ରଖିଥିଲା ।