ସେନାକୁ ବଡ ସଫଳତା । ଜବତ ହେଲା ପୁଳା ପୁଳା ବନ୍ଧୁକ ଓ ଗୋଳାବାରୁଦ

402

କନକ ବ୍ୟୁରୋ : ସେନାକୁ ମିଳିଛି ବଡ ସଫଳତା । ଜମ୍ମୁ-କାଶ୍ମୀର କୁପୱାଡାର ମାଛିଲ୍ ସେକ୍ଟରରୁ ଅନେକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି ଭାରତୀୟ ସେନା । ସେନା ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଟ୍ୱିଟରେ ଲେଖା ହୋଇଛି ଜମ୍ମୁ-କାଶ୍ମୀର ପୋଲିସ ଏବଂ ବିଏସଏଫ୍ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଏହି ସଫଳତା ମିଳିପାରିଛି । ପ୍ରବଳ ମାତ୍ରାରେ ବନ୍ଧୁକ ଓ ଗୋଳା-ବାରୁଦ ଜବତ ହୋଇଛି ।

ତେବେ ସେନା ଦ୍ୱାରା ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ ସିରିଜ୍ ରାଇଫଲ୍-୫ଟି, ଏକେ ମ୍ୟାଗ୍-୮, ୯ଏମଏମ୍ ପିସ୍ତଲ-୧୫, ୭.୬୨ଏମଏମ୍ ରାଉଣ୍ଡ୪୧୫, ୭.୬୨ଏମଏମ୍ ଏପି-୧୧୫, ୯ ଏମଏମ୍ ରାଉଣ୍ଡ -୨୪୪, ହାତ ଗୁଳି ୪ଟି ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଟ

ସେନା ପକ୍ଷରୁ ମିଳିଥିବା ସୂଚନା ଆଧାରରେ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏୂଂ ୩୫-ଏ ଧାରା ହଟିବା ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉପଦ୍ରବ କମ୍ ହୋଇଛି । ସେନାର କଡା ସୁରକ୍ଷବଳ ଭେଦି ଭାରତ ଭିତରକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ସଂଖ୍ୟା କମିଛି ।