ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଅମରନାଥ ଯାତ୍ରୀଙ୍କୁ କାଶ୍ମୀର ଛାଡ଼ି ଯିବାପାଇଁ ପରାମର୍ଶ ଦେଲା ସେନା 

191

କନକ ବ୍ୟୁରୋ : କାଶ୍ମୀରରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଆକ୍ରମଣ ନେଇ ନିର୍ଦ୍ଦିଷ୍ଟଭାବେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ସୁରକ୍ଷା ବାହିନୀ ସତର୍କ ହୋଇଯାଇଛି ।  ରାଜ୍ୟ ସକରାର ଏବ ଏକ ଆଡ଼ଭାଇଜରି ଜାରି କରିବା ସହ ଯାତ୍ରାକୁ ରୋକି ଦିଆଯାଇଛି । ତେବେ ଯାତ୍ରୀମାନେ ନିଜର ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ ଯଥା ଶୀଘ୍ର ଉପତ୍ୟାକା ଛାଡିବାକୁ ସେନା ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

amarnath
image courtesy-https://www.google.co.in

ସେନାର ଅପରେସନ ବେଳେ ପାକ ନିର୍ମିତ ଲାଣ୍ଡମାଇନ ଓ ବିସ୍ଫୋରକ ମଧ୍ୟ ମିଳିଛି । ଅମରନାଥ ଯାତ୍ରୀଙ୍କ ଉପରେ ସ୍ନାଇପର ଜରିଆରେ ହମଲା କରିବାକୁ ଚେଷ୍ଟା କରାଯାଇଛି, ମାତ୍ର ଭାରତୀୟ ସେନା ଆତଙ୍କୀଙ୍କ ଆକ୍ରମଣ ଭଣ୍ଡୁର କରିଛନ୍ତି । ଏ ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଛି, ସେମାନେ ଯଥାଶୀଘ୍ର କାଶ୍ମୀରରୁ ଚାଲିଯାଆନ୍ତୁ । ପାକିସ୍ତାନ ଅମରନାଥ ଯାତ୍ରୀଙ୍କ ଟାର୍ଗେଟ କରି କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ସେନା କହିଛି ।