ଜଗତସିଂହପୁର କୁଜଙ୍ଗରେ ଚାଂଚଲ୍ୟ । ନିଆଁଲାଗି ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ, ପାରିବାରିକ କଳହରୁ ଜ୍ୱାଇଁ ନିଆଁ ଲଗାଇଦେଇଥିବା ସନ୍ଦେହ

39

କନକ ବ୍ୟୁରୋ : ଜଗତସିଂପୁର ଜିଲ୍ଳା କୁଜଙ୍ଗରେ ଚାଂଚଲ୍ୟ । ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ଜୀବନ୍ତ ଦଗ୍ଧ । ବାଲିତୁଠ ବନାପଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଶାଶୁ, ଶ୍ୱଶୁର, ଝିଅ ଓ ଜ୍ୱାଇଁ ନିଆଁରେ ଜଳିଯାଇଛନ୍ତି । ପାରବାରିକ କଳହ ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି କୁହାଯାଉଛି ।କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବନାପାଟ ଗାଁ’ରେ ଘଟିଛି ଏହି କାଣ୍ଡ। ଏପରି ଏକ ଅଭାବନୀୟ ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ବନାପାଟ ଗାଁ ନିଆଁ ଲାଗିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଫଳରେ ଉତ୍ତ୍ୟକ୍ତ ସ୍ୱାମୀ ଜଣକ ପେଟ୍ରୋଲ ଢ଼ାଳି ପରିବାରର ସଦସ୍ୟଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଫଳରେ ଶାଶୁ, ଶ୍ୱଶୁର ଓ ସ୍ତ୍ରୀ ନିଆଁରେ ପୋଡିହୋଇ ଯାଇଥିଲେ। ଘଟଣାସ୍ଥଳରେ ଶାଶୁ, ଶ୍ୱଶୁର ସମେତ ନିଜେ ସ୍ୱାମୀ ଜଣକ ପୋଡିହୋଇ ପ୍ରାଣତ୍ୟାଗ କରିଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ସ୍ତ୍ରୀ ଜଣକ ଏସସିବି ମେଡିକାଲରେ ପ୍ରାଣତ୍ୟାଗ କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।