ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଇସ୍ରୋ ବୈଜ୍ଞାନିକ । ଉଦ୍ଧାର କଲେ ଗ୍ରାମବାସୀ, ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

774

କନକ ବ୍ୟୁରୋ : ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ଇସ୍ରୋ ବୈଜ୍ଞାନିକ । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଝାରପାଲି ଗାଁରେ ଘଟିଛି ଏଭଳି ଅଘଟଣ । ଗାଁର ୨୭ ବର୍ଷୀୟ ଯୁବକ ନିହାର ରଞ୍ଜନ ପ୍ରଧାନ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିଲେ ।

ଶନିବାର ସେ ନିଜ ପୈତୃକ ଗାଁ ଝାରପାଲିକୁ ଆସିଥିବା ବେଳେ ଆଜି ଗାଧୋଇବା ପାଇଁ ନିକଟସ୍ଥ ଜଳାଶୟ ଯାଇଥିଲେ । ତେବେ ଗାଧୋଇବା ବେଳେ ସେ ବୁଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବ ବୈଜ୍ଞାନିକଙ୍କୁ ହରାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।