ଦେଶରେ ବଢୁଥିବା ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଓୱେସୀ, ପୋଲିସକୁ ନେଇ କହିଲେ ଏଭଳି କଥା

123

କନକ ବ୍ୟୁରୋ : ଦିଲ୍ଳୀ ଜାହାଙ୍ଗୀରପୁରୀ ହିଂସାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ସୋମବାର ଦିନ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଓୱେସୀ କହିଛନ୍ତି କି ଦିଲ୍ଲୀ ପୋଲିସ କମିଶନରଙ୍କ ସୂଚନା ମୁତାବକ ଜାହାଙ୍ଗୀରପୁରୀରେ ଯେଉଁ ଶୋଭାଯାତ୍ରା ବାହାରିଥିଲା ସେନେଇ ପୋଲିସର ଅନୁମତି ନଥିଲା । ହେଲେ ଶୋଭାଯାତ୍ରା ବାହାରିବା ବେଳେ ପୋଲିସ କିଭଳି ସେମାନଙ୍କୁ ସୁରକ୍ଷା ଦେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଶୋଭାଯାତ୍ରା ବେଳେ ମାରଣାସ୍ତ୍ର ଧରିବା କେଉଁ ଆଇନରେ ଲେଖା ହୋଇଛି ବୋଲି ସେ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଶୋଭାଯାତ୍ରା ବେଳେ ହିନ୍ଦୁମାନଙ୍କ ତରଫରୁ ଉତ୍ତେଜକ ନାରା ଲଗାଯାଇଥିବା ଓୱେସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଓୱେସୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି କୌଣସି ସ୍ଥାନରେ ସରକାରଙ୍କ ବିନା ଅନୁମତିରେ ହିଂସା ହେବା ସମ୍ଭବ ନୁହେଁ । ଯେତେବେଳେ ସରକାର ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି ସେତେବେଳେ ହିଂସାର ପଥ ଆପଣାଉଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଦିଲ୍ଲୀ ପୋଲିସର ଗିରଫଦାରୀ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି କି, ଏହି ମାମଲାରେ ପୋଲିସ ଯେଉଁ ଅନସାରକୁ ମୁଖ୍ୟ ଅଭିଯୁକ୍ତ ବୋଲି କହି ଗିରଫ କରିଛି ବାସ୍ତବରେ ଘଟଣା ସମୟରେ ସେ ଜଣେ ପିଲାକୁ ବୁଝା ସୁଝା କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ହେଲେ ପୋଲିସ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରିଛନ୍ତି ଓୱେସୀ