ଚନ୍ଦ୍ରର ଅନ୍ଧକାର ଅଂଶର ଖୋଲିବ ରାଜ! ଇସ୍ରୋ-ଜାପାନ ମିଳିତ ଭାବେ କରିବେ ମିଶନ, ଶୁକ୍ର ଉପରେ ମଧ୍ୟ ସମସ୍ତଙ୍କ ନଜର।

150

କନକ ବ୍ୟୁରୋ: ଚନ୍ଦ୍ରମା ଏବଂ ମଙ୍ଗଳ ପରେ ଏବେ ଭାରତୀୟ ଅନ୍ତରୀକ୍ଷ ସଂଗଠନ (ଇସ୍ରୋ) ଶୁକ୍ର ଗ୍ରହ ପାଇଁ ମିଶନ ପ୍ରସ୍ତୁତ କରୁଛି । ଏହା ଛଡା ଚନ୍ଦ୍ରମାର ଅଦ୍ଧକାର ପାଶ୍ୱର୍ର ରାଜ ଖୋଲିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ନିକଟରେ ଏହି ଦୁଇ ମିଶନରେ ଜାପାନ ସ୍ପେସ ଏଜେନ୍ସି ଇସ୍ରୋ ସହ ମିଳିତ ଭାବେ କାମ କରୁଛି । ଇସ୍ରୋର ଭବିଷ୍ୟତ ମିଶନ ବାବଦରେ ସୂଚନା ଦେଇଛନ୍ତି ଫିଜିକାଲ ଲାବ୍ରୋଟୋରୀର ନିର୍ଦ୍ଦେଶକ ଅନୀଲ ଭରଦ୍ୱାଜ । ସେ କହିଛନ୍ତି, ଶୁକ୍ର ଏବଂ ଚନ୍ଦ୍ରମାର ମିଳିତ ମିଶନ ଛଡା ଇସ୍ରୋ ମଙ୍ଗଳକୁ ମଧ୍ୟ ଏକ ମିଶନ କରିବ । ଏହାର ପ୍ରସ୍ତୁତି ଜାରିରହିଛି । ଇସ୍ରୋ ବର୍ତ୍ତମାନ ସମୟରେ ଅନେକ ସ୍ପେସ୍ ମିଶନ ଉପରେ କାମ ଜାରିରଖିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଇସ୍ରୋ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି (ଜେଏଏକ୍ସଏ) ଚନ୍ଦ୍ରର ଅନ୍ଧାର ଥିବା ଅଞ୍ଚଳକୁ ରୋଭର ପଠାଇବ । ଏହା ଦ୍ୱାରା ଚନ୍ଦ୍ରର ଅନ୍ଧାର ଥିବା ଅଂଶର ରାଜ ଖୋଲିପାରିବ । ଚନ୍ଦ୍ରମାର ସ୍ଥାୟୀ ଭାବେ ଅନ୍ଧକାର ଥିବା ଅଂଶ ବାବଦରେ ଜାଣିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ମିଶନ କରିବା ପାଇଁ ଚାହୁଁଛନ୍ତି । ପ୍ରାଥମିକ ଭାବେ ଏହି ମିଶନର ଲୁନାର ଏବଂ ରୋଭର ଇସ୍ରୋ ପ୍ରସ୍ତୁତ କରିବ । ଜାପାନ ସ୍ପେସ ଏଜେନ୍ସିର ରକେଟରେ ଏହାକୁ ଅନ୍ତରୀକ୍ଷକୁ ପଠାଯିବ । ଲୁନାର-ରୋଭରର ଲାଣ୍ଡିଂ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ପାଖରେ ହେବ । ଏହା କରିବା ଦ୍ୱାରା ଅନ୍ଧାରରେ ଥିବା ଅଂଶରେ ରୋଭର ଅତି ସହଜରେ ପହଞ୍ଚିପାରିବ ।

ଚନ୍ଦ୍ରର ଅନ୍ଧାର ଥିବା ଅଂଶଟି ଥଣ୍ଡା ଅଞ୍ଚଳ । ଏଠାରେ ସୂର୍ଯ୍ୟଙ୍କ କିରଣ କେତେବେଳେ ମଧ୍ୟ ପହଞ୍ଚିପାରିନାହିଁ । ଏହି ଅଞ୍ଚଳକୁ ପରମାନେଟ୍ ସ୍ୟାଡୋ ରିଜନ ବା ପିଏସଆର କୁହାଯାଏ ।