ଟି-୨୦ ବିଶ୍ୱ କପ୍ ମଧ୍ୟରେ ବିରାଟ କୋହଲିଙ୍କ ପାଇଁ ଖୁସିଖବର । ପ୍ରଥମ ଥର ପାଇଁ ମିଳିଲା ସ୍ୱତନ୍ତ୍ର ସମ୍ମାନ

1,744

କନକ ବ୍ୟୁରୋ: ଟି-୨୦ ୱାର୍ଲ୍ଡ କପ୍ ମ୍ୟାଚ୍ ମଧ୍ୟରେ ବିରାଟ କୋହଲିଙ୍କ ପାଇଁ ଖୁସି ଖବର । କାରଣ ତାଙ୍କୁ ପ୍ରଥମ ଥର ପାଇଁ ମିଳିଛି ସ୍ୱତନ୍ତ୍ର ସମ୍ମାନ । ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର । ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି ।

ଏସିଆ କପ୍ ପରଠାରୁ ବିରାଟ କୋହଲି ବହୁତ ଭଲ ଫର୍ମରେ ଅଛନ୍ତି, ଯାହା ସେ ଏପର୍ୟ୍ୟନ୍ତ ଟି-୨୦ ବିଶ୍ୱକପରେ ବଜାୟ ରଖିଛନ୍ତି । ସୁପର-୧୨ ରାଉଣ୍ଡ ଶେଷ ହେବା ପରେ କୋହଲି ଏହି ଟୁର୍ଣ୍ଣାମେଣ୍ଟର ଶୀର୍ଷ ସ୍କୋରର ଅଟନ୍ତି । ୫ ଟି ମ୍ୟାଚରେ ତାଙ୍କର ୧୨୩ ହାରାହାରିରେ ୨୪୬ ରନ୍ ଅଛି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ସ୍ୱତନ୍ତ୍ର ସମ୍ମାନ ମଧ୍ୟ ପାଇଛନ୍ତି । ଅକ୍ଟୋବର ମାସ ପାଇଁ ତାଙ୍କୁ ‘ଆଇସିସିର ପ୍ଲେୟାର ଅଫ୍ ଦି ମନ୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି । । ଏଥିସହିତ ପାକିସ୍ତାନର ଅଲରାଉଣ୍ଡର ନିଦା ଡାରଙ୍କୁ ମହିଳା ବର୍ଗରେ ଆଇସିସି ମହିଳା ପ୍ଲେୟାର ଅଫ୍ ଦି ମନ୍ଥ ଭାବେ ମଧ୍ୟ ମନୋନୀତ କରାଯାଇଛି। କୋହଲି ପ୍ରଥମ ଥର ପାଇଁ ଆଇସିସିର ପ୍ଲେୟାର ଅଫ୍ ଦି ମାସ ବିବେଚିତ ହୋଇଛନ୍ତି।