ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ : ପାଲେଷ୍ଟାଇନ୍ ସପକ୍ଷରେ ବାହାରିଲେ ଏହି ସବୁ ବଲିଉଡ୍ ଅଭିନେତ୍ରୀ । କଣ କହିଲେ କଙ୍ଗନା ?
କନକ ବ୍ୟୁରେ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଏକ ଭୟଙ୍କର ରୂପ ନେଉଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ହଜାର ହଜାର ନିରୀହ ଲୋକ ବାସହୀନ ହୋଇପଡିଛନ୍ତି । ଶହ ଲୋକ ନିଜର ବାସସ୍ଥାନ ହରାଇ ବସିଛନ୍ତି । ହମାସ ଲୋକ ଇସ୍ରାଏଲ ସୈନ୍ୟଙ୍କୁ ବନ୍ଧକ ବନାଇ ରଖିଛନ୍ତି । ଆଉ ଏହି ଯୁଦ୍ଧ ପରିସ୍ଥିତି ଭିତରେ ବଲିଉଠୁ ଅଭିନେତ୍ରୀଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ ଆରମ୍ଭ ହୋଇଯାଇଛି । କିଛି ଅଭିନେତ୍ରୀ ଇସ୍ରାଏଲକୁ ସପୋର୍ଟ କରୁଥିବା ବେଳେ ଆଉ କିଛି ଅଭିନେତ୍ରୀ ପାଲେଷ୍ଟାଇନକୁ ସପୋର୍ଟ କରୁଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପାଲେଷ୍ଟାଇନ୍ ସପୋର୍ଟରେ ସ୍ୱରା
ବଲିଉଡ୍ ଅଭିନେତ୍ରୀ ସ୍ୱାରା ଭାଷ୍କର ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସ୍ୱରା ଏହି ଯୁଦ୍ଧରେ ପାଲେଷ୍ଟାଇନକୁ ସପୋର୍ଟ କରିବା ପାଇଁ ନିଜର ସ୍ୱର ଉଠାଇଛନ୍ତି । ସ୍ୱାରା ତାଙ୍କ ଇଂଷ୍ଟା ପୋଷ୍ଟରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି, ଯେତେବେଳେ ଇସ୍ରାଏଲୀୟମାନେ ପାଲେଷ୍ଟାଇନ୍ ଉପରେ ଆକ୍ରମଣ କରିଥିଲେ । ପାଲେଷ୍ଟାଇନ୍ ଲୋକଙ୍କ ଘରଦ୍ୱାର ନଷ୍ଟ କରିଦେଇଥିଲେ, ଲୋକଙ୍କୁ ବାସହରା କରିଦେଇଥିଲେ, କୁନି କୁନି ପିଲାଙ୍କୁ ବି ଛାଡିନଥିଲେ । ଦଶନ୍ଦି ଧରି ଗାଜା ଉପରେ ଆକ୍ରମଣ କରିଚାଲିଥିଲେ ସେତେବେଳେ କୌଣସି ଲୋକ ଦୁଃଖ ପ୍ରକାଶ କରିନଥିଲେ । କିନ୍ତୁ ବର୍ତ୍ତମାନ ଇସ୍ରାଏଲ ସହ ସମାନ ଘଟଣା ଘଟୁଥିବାବେଳେ ଯେଉଁଲୋକମାନେ ଦୁଃଖ ପ୍ରକାଶ କରୁଛନ୍ତି ସେମାନ କପଟୀ ଅଟନ୍ତି ।
କାହା ସପୋର୍ଟରେ କଙ୍ଗନା?
ସ୍ୱରା ଭାଷ୍କର ପାଲେଷ୍ଟାଇନର ସପୋର୍ଟରେ ବାହାରିଥିବା ବେଳେ ବଲିଉଡ୍ କ୍ୱିନ୍ କଙ୍ଗନା ରାନାୱତ୍ ଇସ୍ରାଏଲ ସପୋର୍ଟରେ ସ୍ୱର ଉଠାଇଛନ୍ତି । ହମାସର ଲୋକଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଙ୍ଗନା । ସେ ଲେଖିଛନ୍ତି, ହମାସର ଆତଙ୍କବାଦୀମାନେ, ଇସ୍ରାଏଲ ମହିଳାଙ୍କୁ ଦୁଷ୍କର୍ମ କରୁଛନ୍ତି । ତାଙ୍କୁ ହତ୍ୟା କରୁଛନ୍ତି । ଇସ୍ରାଏଲ ମହିଳାଙ୍କ ସହ ବର୍ବର କାଣ୍ଡ ଘଟାଉଛନ୍ତି । ଯାହାକୁ ଦେଖି କାହାରବି ହୃଦୟ ଭାଙ୍ଗିଯିବ । ପାଲେଷ୍ଟାଇନ୍ ଇସ୍ରାଏଲ ସହ ଯାହା ଘଟାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଆଉ ଏହି ଯୁଦ୍ଧରେ ସହିଦ୍ ହୋଇଥିବା ପ୍ରତିଟି ଇସ୍ରାଏଲ ସୈନ୍ୟ ସମ୍ମାନର ହକଦାର ଅଟନ୍ତି ।
ଗୌହର ଖାନଙ୍କ ପ୍ରତିକ୍ରିୟା
ଅଭିନେତ୍ରୀ ଗୌହର ଖାନ୍ ଏହି ଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କାହାର ବି ଜୀବନ ନେବା ଠିକ୍ କଥା ନୁହେଁ । ବିଶ୍ୱରେ ଶାନ୍ତି ବଜାୟୀ ରହିବା ନିହାତି ଆବଶ୍ୟକ । ତେଣୁ ଯୁଦ୍ଧ ଭୟଙ୍କର ରୂପ ନେବା ପୂର୍ବରୁ ହିଁ ଏଥିରେ ବିରାମ ଲଗାଇବା ଆବଶ୍ୟକ ରହିଛି ।
କାହା ସମର୍ଥନରେ ପାକିସ୍ତାନୀ ଅଭିନେତ୍ରୀ?
ଏଥି ସହିତ ସାବା କାମାର, ଦାନାନିର ମୁବେନ, ହୁମା ଜେହରା ପରି ପାକିସ୍ତାନୀ ସିନେମାର ବହୁ ପ୍ରସିଦ୍ଧ ଅଭିନେତ୍ରୀ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି। ପାକିସ୍ତାନୀ ଅଭିନେତ୍ରୀମାନେ କହିଛନ୍ତି ଯେ ସେମାନେ ପାଲେଷ୍ଟାଇନ ସହିତ ଅଛନ୍ତି ଏବଂ ସେମାନଙ୍କୁ ମୁକ୍ତ ଦେଖିବାକୁ ଚାହୁଁଛନ୍ତି।