ହାଟଡିହିରେ ପିଡ଼ିଏସ ଚାଉଳ ବଣ୍ଟନରେ ଅନିୟମିତତା। ୫ ମାସ ହେବ ଚାଉଳ ପାଇନାହାନ୍ତି ହିତାଧିକାରୀ।

65

କନକ ବ୍ୟୁରୋ: ପିଡ଼ିଏସ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ୫ ମାସ ହେଲା ଚାଉଳ ନପାଇବାରୁ କେନ୍ଦୁଝର ହାଟଡ଼ିହି ବ୍ଲକ କର୍ଯ୍ୟାଳୟରେ ହିତାଧିକାରୀ ମାନେ ଧାରଣା ଦେଇଛନ୍ତି । କଳିଗାଁ ପଞ୍ଚାୟତର ୫ଟି ୱାର୍ଡ଼ରେ ହିତାଧିକାରୀମାନେ ୫ମାସ ହେଲା ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଶତାଧିକ ହିତାଧିକାରୀ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଏହି ପଞ୍ଚାୟତରେ ପିଡ଼ିଏସ ସାମଗ୍ରୀ ବଣ୍ଟନ କରୁଥିବା ହିତାଧିକାରୀ ବେସ ଚତୁରତାର ସହ ପିଡ଼ିଏସ ସାମଗ୍ରୀ ହରିଲୁଟ୍ କରିଥିବାଅଭିଯୋଗ ହୋଇଛି । ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି ହିତାଧିକାରୀ ।