ଅସ୍ତରଙ୍ଗରେ କୂଳ ଲଙ୍ଘୁଛି ସମଦ୍ର। କୂଳଠାରୁ ୧୦୦ ଫୁଟ ଭିତରକୁ ପଶିଆସିଲାଣି ସମୁଦ୍ର।

46

କନକ ବ୍ୟୁରୋ: ଗାଁ ମୁହାଁ ସମୁଦ୍ର । କୋଣାର୍କ ମେରାଇନ ଡ୍ରାଇଭ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବା ବେଳେ ଏହାର ପ୍ରଭାବ ମଧ୍ୟ ଅସ୍ତରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଦେବୀ ମୁହାଣ ଠାରୁ କେଳୁଣି ମୁହାଣ ମଧ୍ୟରେ ସମୁଦ୍ର ଢେଉ ଜଙ୍ଗଲକୁ ନିଜ ଗର୍ଭରେ ଲୀନ କଲାଣି । କୂଳ ଠାରୁ ୧୦୦ ଫୁଟ ଭିତରକୁ ପଶିଆସିଲାଣି ସମୁଦ୍ର । ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲ ନଷ୍ଟ ହେବାକୁ ଲାଗିଲାଣି । ଯାହାଫଳରେ ସମୁଦ୍ର କୂଳିଆ ଲୋକେ ଆତଙ୍କିତ ଅବସ୍ଥତାରେ ଅଛନ୍ତି ।