ଓସ୍କାର ବିଜୟୀ ଅଭିନେତ୍ରୀଙ୍କୁ ଗିରଫ କଲେ ଇରାନ୍ ସରକାର । ହିଜାବକୁ ବିରୋଧ କରିବାରୁ ମିଳିଲା ଶାସ୍ତି ।

110

କନକ ବ୍ୟୁରୋ: ହିଜାବକୁ ବିରୋଧ କରି ଇରାନ୍ ସରକାରଙ୍କ ବିରୋଧରେ ଯିଏ ସ୍ୱର ଉଠାଇଲା ତାକୁ ମିଳୁଛି ଶାସ୍ତି । ଏଥିରୁ ବାଦ ପଡୁନାହାଁନ୍ତି ସେଲିବ୍ରିଟି । ହିଜାବକୁ ବିରୋଧ କରି ଗିରଫ ହୋଇଛନ୍ତି ଦେଶର ଲୋକପ୍ରିୟ ତଥା ଓସ୍କାର ବିଜୟିନୀ ଅଭିନେତ୍ରୀ ତାରାନେହ୍ ଅଲିଦୁସ୍ତି ।

ତାରାନେହଙ୍କୁ ଇରାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଗିରଫ କରିଥିବା କଥା ଶନିବାର ଦିନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ରିପୋର୍ଟ କରିଛି। ସୂଚନା ମୁତାବକ, ହିଜାବକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ନିକଟରେ ଜଣଙ୍କୁ ମୁଣ୍ଡକାଟ୍ ଶାସ୍ତି ମିଳିଥିଲା । ଏହାର ସପ୍ତାହକ ପରେ ତାରାନେହଙ୍କୁ ଗିରଫ କରାଯାଇଛି । ତାଙ୍କୁ ଫିଲ୍ମ ‘ଦି ସେଲ୍ସମ୍ୟାନ୍’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଓସ୍କାର ଆୱାର୍ଡ ମିଳିଥିଲା ।