ତାମିଲନାଡୁରେ ଅପରାଧୀଙ୍କୁ ସାବାଡ କରିବେ ଓଡିଆ IPS । ତାମିଲନାଡୁ ପୋଲିସ ଡିଜି ଭାବେ ଜେ.କେ ତ୍ରିପାଠୀଙ୍କୁ ଦିଆଗଲା ଦାୟିତ୍ୱ ।

810

କନକ ବ୍ୟୁରୋ : ଓଡିଆ ଆଇପିଏସ ଅଫିସରଙ୍କ ନାଁ ଶୁଣିଲେ ଏଣିକି ଥରହର ହେବେ ତାମିଲନାଡୁର ଅପରାଧୀ । ଅପରାଧୀଙ୍କୁ ସାବାଡ୍ କରିବେ ଜଣେ ଓଡିଆ ଆଇପିଏସ । ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ଭାବେ ଆଇପିଏସ ଅଫିସର ଜେ.କେ ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । କେବଳ ପୋଲିସ ଡିଜି ନୁହେଁ ପୋଲିସ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ ।

ଆସନ୍ତା ଜୁଲାଇ ୧ ତାରିଖରୁ ସେ ଦାୟିତ୍ୱଭାର ଗ୍ରହଣ କରିବେ । ପୂର୍ବରୁ ତାମିଲନାଡୁରେ ଟି.କେ ରାଜେନ୍ଦ୍ରନ୍ ପୋଲିସ ଡିଜି ପଦରେ ରହିଥିଲେ । ଆଇପିଏସ ଜେ.କେ ତ୍ରିପାଠୀ ୧୯୮୫ ବ୍ୟାଚର କ୍ୟାଡର ଅଟନ୍ତି । ପୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । ତେବେ ବର୍ତ୍ତମାନ ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ଜେ.କେ ତ୍ରିପାଠୀ ।