ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି: କନ୍ଧମାଳରୁ ଡାଲା ଅଟୋରେ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ

115

କନକ ବ୍ୟୁରୋ: ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି । କନ୍ଧମାଳର ଜଣେ ଯୁବତୀଙ୍କୁ ଗିରଫ କଲା ଭରତପୁର ପୋଲିସ । କନ୍ଧମାଳରୁ ଡାଲା ଅଟୋରେ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା । ମାତ୍ର ଭୁବନେଶ୍ୱର ଆସିବା ବାଟରେ ମାଡିବସିଲା ଭରତପୁର ଥାନା ପୋଲିସ । ଗିରଫ ଯୁବତୀ ଚୁମକି ଲତା ମଳିକ । ଚୁମକିଙ୍କ ସହ ଅଟୋ ଡ୍ରାଇଭର ସୋନୁ ଦିଗଲକୁ ମଧ୍ୟ ଗିରଫ କରାଯାଇଛି । ସୋନୁ ଦିଗଲ ନୟାପଲ୍ଲି ଅଂଚଳରେ ରହେ । ଏମାନଙ୍କଠାରୁ ୮କେଜିର ଗଂଜେଇ ଜବତ ହୋଇଛି । ପୋଲିସକୁ ଭୁଆଁ ବୁଲାଇବା ପାଇଁ ନିଜକୁ ରୋଗୀ ବୋଲି ପରିଚୟ ଦେଇଥିଲା ଚୁମକି । ଯିଏ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଚୋରାରେ ଗଂଜେଇ ଚାଲାଣ କରୁଥିଲା । ଚଳିତବର୍ଷ ୪୦୦ କେଜିର ଗଂଜେଇ ଜବତ କରି ସାରିଛି ଭରତପୁର ଥାନା ପୋଲିସ ।