ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃ ରାଜ୍ୟ ପରିଷଦ ବୈଠକ : ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

23

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ଆନ୍ତଃ ରାଜ୍ୟ ପରିଷଦ ବୈଠକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ୧୭ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତି ଅଛନ୍ତି । ଆଭ୍ୟନ୍ତରୀଣ ସୁରକ୍ଷା, ଅର୍ଥନୀତି, ସମାଜିକ ଯୋଜନା, ଆନ୍ତଃ ରାଜ୍ୟ ସଂପର୍କ ଭଳି ବହୁ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେଉଛି । ଏହା ବ୍ୟତୀତ ଆଧାରା କାର୍ଡକୁ ଦେଶବ୍ୟାପୀ ଏକ ପରିଚୟ ପତ୍ର ଭାବେ ଗ୍ରହଣ କରିବା ଏବଂ ସ୍କୁଲ ଶିକ୍ଷାରେ ଗୁଣାତ୍ମକ ମାନର ବିକାଶ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଦୀର୍ଘ ୧୦ ବର୍ଷ ପରେ ଏବଂ ମୋଦି ସରକାର କ୍ଷମତାକୁ ଆସିବାର ୨ ବର୍ଷ ପରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୧୭ ଜଣ କେନ୍ଦ୍ରମନ୍ତ୍ରୀ । ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ସମେତ ୧୭ ଜଣ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ଗଠିତ ହୋଇଛି ଏହି ଇଂଟର ମିନିଷ୍ଟିରିଆଲ୍ ବା ଆନ୍ତଃ ରାଜ୍ୟ ପରିଷଦ ।