ଉଦଘାଟନର ମାତ୍ର ଦୁଇ ବର୍ଷ ପରେ ଅକାମୀ ହୋଇଗଲା କି ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା? ବିଶୁଦ୍ଧ ପାନୀୟ ଜଳ ବଦଳରେ ଡ୍ରିଙ୍କ ଫ୍ରମ ଟ୍ୟାପରୁ ବାହାରୁଛି ଦୂଷିତ ପାଣି

73

କନକ ବ୍ୟୁରୋ: ବଡଦାଣ୍ଡରେ ଭକ୍ତ ହେଉଛନ୍ତି ଡହଳ ବିକଳ । ମିଳୁନି ପିଇବା ପାଣି । ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ବଡଦାଣ୍ଡର ଦୁଇଟି ପାଶ୍ୱର୍ରେ ଲାଗଥିବା ଏହି ପାଣି ଟ୍ୟାପରୁ ବିଶୁଦ୍ଧ ପାଣି ବଦଳରେ ବାହାରୁଛି ଗୋଳିଆ ପାଣି । ଏଠାକୁ ଆସୁଥିବା ପର୍ଯ୍ୟଟକ ନୁହେଁ ବଂର ଏହା ଉପରେ ନିର୍ଭରଶୀଳ ପୁରୀ ବାସିନ୍ଦା ମଧ୍ୟ ନାହିଁନଥିବା ସମସ୍ୟାରେ ପଡି ହନ୍ତସନ୍ତ ହେଉଛନ୍ତି । ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ଓଡିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆରମ୍ଭ ହୋଇଥିଲା । ତେବେ ଦୁଇବର୍ଷରୁ କମ ସମୟ ଭିତରେ ଯୋଜନା ହରାଇଛି ନିଜର ସତା । କେବଳ ଗୋଳିଆ ପାଣି ବାହାରୁନି । ଅନେକ ସ୍ଥାନରେ ଟ୍ୟାପ ମେସିନ କାମ କରୁନି ତ କେଉଁଠି ମେସିନ ଆଉ ଦେଖିବାକୁ ମିଳିନି । ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କୋଟିକୋଟି ଟଙ୍କାର ଯୋଜନାର ଏହି ଅବସ୍ଥା ଦେଖି ଉଠୁଛି ଅନେକ ପ୍ରଶ୍ନ । ସବୁଠୁ ବଡ କଥା ହେଉଛି ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ସମଗ୍ର ଦେଶ ଭିତରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହି ଯୋଜନା ଆରମ୍ଭ ହୋଇଥିଲା । ଶ୍ରୀକ୍ଷେତ୍ରକୁ ଆସୁଥିବା ଲକ୍ଷଲକ୍ଷ ସଂଖ୍ୟକ ପର୍ଯ୍ୟଟକଙ୍କ ପାଇଁ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଉନ୍ନତମାନର ତଥା ଡିଜାଇନର ଟ୍ୟାପ ଲଗାଯାଇଥିଲା ।