ବଡ଼ ଲୁଟର ପର୍ଦ୍ଦାଫାଶ କଲା କମିଶନରେଟ୍ ପୋଲିସ: ରେକର୍ଡ କୋଟିଏରୁ ଅଧିକ ଟଙ୍କା ଜବତ

169

କନକ ବ୍ୟୁରୋ: ବଡ଼ ଲୁଟର ପର୍ଦ୍ଦଫାଶ କରିଛି କମିଶନରେଟ୍ ପୋଲିସ । କୋଟିଏରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ ଏହି ରେକର୍ଡ ସଂଖ୍ୟକ ଟଙ୍କା ଜବତ କରିଛି । ଏଥିସହ ଲୁଟ୍ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣା ହେଉଛି ଚଳିତ ମାସ ୨ ତାରିଖର । ନନ୍ଦନବିହାରର ଜଣେ ବ୍ୟକ୍ତିଙ୍କ ଘରେ ଏମାନେ ସିବିଆଇ ଅଧିକାରୀ କହି ଫଶିଥିଲେ । ଆଉ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଇନଫୋସିଟି ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ତଦନ୍ତ କରିଥିଲା । ଏବେ ମାମଲାରେ ୫ଜଣଙ୍କୁ ଗିରଫ କରିଛି । ତେବେ ଏହି ଲୁଟ୍ରେ ଲୁଟେରାଙ୍କୁ ସହାୟତା କରିଥିଲେ ଘର ମାଲିକଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର । ତେବେ ଏହି ଘଟଣାରେ ଆଉ ୪ ଜଣଙ୍କୁ ଖୋଜୁଛି କମିଶନରେଟ୍ । ଖୁବଶୀଘ୍ର ଏମାନେ ପୋଲିସ ହାତରେ ଲାଗିବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।