ସୁଦାନୁ ଫେରିବା ପରେ ସେଠାକାର ଛାତିଥରା କାହାଣୀ ଶୁଣାଇଲେ ଜଣେ ଯୁବକ । କହିଲେ, ମୃତ୍ୟୁର କୋଠରୀରେ ଥିଲୁ ଆମେ

317

କନକ ବ୍ୟୁରୋ : ସୁଦାନରେ ଭୟଙ୍କର ପରିସ୍ଥିତି ଭିତରେ ସୁଦାନରେ ଫସିଥିବା ଭରତୀୟଙ୍କ ଉଦ୍ଧାର  । ଗତ ୨୪ଘଣ୍ଟା ମଧ୍ୟରେ ୫ଶହ ଲୋକଙ୍କୁ ସୁଦାନରୁ ଭାରତ ଅଣାଯାଇଛି । ଭାରତରେ ପହଞ୍ଚିବା ପରେ ହରିଆଣାର ସୁଖବିନ୍ଦର ସିଂ ସେଠାରେ ବିତାଇଥିବା ଗୋଟି ଗୋଟି ମୁହୁର୍ତ୍ତର କାହାଣୀକୁ ବଖାଣିଛନ୍ତି । ସେଠାରେ କେତେ କଷ୍ଟରେ ପ୍ରତି ମୁହୁର୍ତ୍ତକୁ କାଟିଛନ୍ତି ସେ ସମସ୍ତ ଘଟଣା କହିଛନ୍ତି ।

ସେ କହିଛନ୍ତି, ସୁଦାନରେ ଏପରି ଲାଗୁଥିଲା, ଯେମିତି ଆମେ ମୃତ୍ୟୁର କୋଳରେ ମଣ୍ଡ ରଖି ଶୋଇଛୁ । ଆମେ ନିଜ ଦେଶକୁ ଫେରିଆସିଛୁ ସତ କିନ୍ତୁ ଏବେ ବେ ମନରୁ ଭୟ ଯାଉନି । ସେଠାରେ ପରିସ୍ଥିତି ଏପରି ହୋଇଯାଇଥିଲା । ଆମେ ସେଠାରେ ଗୋଟିଏ ବନ୍ଦ କୋଠରୀରେ ବହୁ କଷ୍ଟରେ ରହୁଥିଲୁ । ଏମିତି ଲାଗୁଥିଲା ମୃତ୍ୟୁର ଛାୟା ଆମ ଉପରେ ରହିଥିଲା । କୌଣସି ବି ମୁହୁର୍ତ୍ତରେ ଆମ ଜୀବନ ଚାଲିଯିବାର ଭୟ ପ୍ରତି ମୁହୁର୍ତ୍ତରେ ଖାରୁଥିଲା । ପାଖରେ ଖାଇବା ଏବଂ ପିଇବା ବି ମିଳୁନଥିଲା । ସେ ଯାହା ବି ହେଉନା କାହିଁକି, ଆମେ ବର୍ତ୍ତମାନ ଆମ ଘରକୁ ଫେରିଆସିଛୁ । ସେତିକିରେ ଆମେ ଖୁସି