ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର ଛାତ୍ର ହେଲେ ବେଷ୍ଟ ଏନସିସି କ୍ୟାଡେଟ୍ । ମିଳିଲା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ।

80

କନକ ବ୍ୟୁରୋ: ଇଣ୍ଡିଆନ ପବ୍ଲିକ ସ୍କୁଲର ଛାତ୍ରଙ୍କ ସଫଳତା । ବିଦ୍ୟାଳୟର ନବମ ଶ୍ରେଣୀର କୃତୀ ଛାତ୍ର ଶୁଭ୍ରାଂଶୁ ରଞ୍ଜନ ଜେନା ଏନସିସି କ୍ଷେତ୍ରରେ ଅଦ୍ଭୁତ ପ୍ରଦର୍ଶନ ପାଇଁ ” ବେଷ୍ଟ କ୍ୟାଡେଟ୍ ।” ଭାବେ ମନୋନୀତ ହୋଇଛନ୍ତି । ତାଙ୍କୁ ଏବେ ରାଜ୍ୟପାଳ ପୁରସ୍କାର ସହିତ ମୁଖ୍ୟମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ତାଙ୍କୁ ଏହି ପୁରସ୍କାର ବାବଦରେ ରାଜ୍ୟପାଳଙ୍କ ତରଫରୁ ନଗଦ ୧୦,୦୦୦ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ପୁରସ୍କାର ବାବଦକୁ ନଗଦ ୭,୫୦୦ ଟଙ୍କା ପ୍ରଦାନ କରାଯାଇଛି ।

ଗତ ଜାନୁଆରୀ ୦୩ ତାରିଖରେ ସମ୍ବଲପୁରସ୍ଥିତ ଏନସିସିର ମୁଖ୍ୟ କାର୍ଯ୍ୟାଳୟର ଏକ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ବେଷ୍ଟ କ୍ୟାଡେଟ୍ ।ପୁରସ୍କାର ସହିତ ସ୍ଵର୍ଣ୍ଣ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି । ତାଙ୍କର ଏହି ସଫଳତା ପାଇଁ ଇଣ୍ଡିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସଚିନ ପାଠକ ତଥା ଶିକ୍ଷକ ଶିକ୍ଷୟିତ୍ରୀଗଣ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ।