ବିମାନ ବିନା ଆକାଶରେ ଏଣିକି ଉଡି ଶତ୍ରୁଙ୍କୁ ଜବାବ ଦେବେ ଭାରତୀୟ ଯବାନ । ଆସୁଛି ପ୍ରତିରକ୍ଷାର ନୂଆ ଉପକରଣ ଜେଟପ୍ୟାକ୍

141

କନକ ବ୍ୟୁରୋ : ଉଚ୍ଚ ଆକାଶରେ ସ୍ୱତନ୍ତ୍ର ପୋଷାକ ପିନ୍ଧି ସୁପରହିରୋ ଉଡିବୁଲୁଥିବା ଦେଖିଥିବେ । ଯଦି ବାସ୍ତବିକ ଜୀବନରେ ଏଭଳି କିଛି ଦେଖିବାକୁ ମିଳିବ ତେବେ କଣ ହେବ? ଏକଥା ବି ସତ ହୋଇସାରିଛି । କାରଣ ବିଜ୍ଞାନ ଓ ବୈଷୟିକ ଜ୍ଞାନର ମିଶ୍ରଣରେ ପ୍ରସ୍ତୁତ ଜ୍ୟାକେଟ ପିନ୍ଧି ଆକାଶରେ ଉଡିବୁଲିଛନ୍ତି ଭାରତୀୟ ଯବାନ । ଏହି ଜ୍ୟାକେଟ ପିନ୍ଧି ନିକଟରେ ଆଗ୍ରାରେ ଏହାର ଟ୍ରାଏଲ ରନ କରାଯାଇଛି । ଆଗ୍ରାର ଏରୋବର୍ଣ୍ଣ ଟ୍ରେନିଂ ସ୍କୁଲରେ ଏହି ଜ୍ୟାକେଟ ପିିନ୍ଧି କଳାକୌଶଳ ପ୍ରଦର୍ଶନ କରିଛନ୍ତି ଯବାନ । ଏଥିସହ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଇଣ୍ଡିଆନ ଏରୋସ୍ପେଶ ଡିଫେନ୍ସ ନ୍ୟୁଜ ପକ୍ଷରୁ କିଛି ଭିଡିଓ ପୋଷ୍ଟ କରାଯାଇଛି । ଆସନ୍ତୁ ଜାଣିବା ଏହି ଜେଟପ୍ୟାକ୍ କଣ ଓ ଏହା କିଭଳି ଭାରତୀୟ ଯବାନଙ୍କ ପାଇଁ ସଂଜୀବନୀ ସାଜିବ:

ସେନା ପାଇଁ ନୂଆ ସଂଜିବନୀ ‘ଜେଟପ୍ୟାକ୍’
-ଭାରତୀୟ ସେନାର ନୂଆ ଉପକରଣ ଜେଟପ୍ୟାକ୍
-ଯବାନ ଏହି ଜ୍ୟାକେଟ ପିନ୍ଧି ଆକାଶରେ ଉଡ଼ି ପାରିବେ
-ଜ୍ୟାକେଟ ପିନ୍ଧି ୧୦ରୁ ୧୫ ମିଟର ଉଚ୍ଚ ଆକାଶରେ ଉଡ଼ିବା ସମ୍ଭବ
-ସୀମିତ ଦୂରତା ମଧ୍ୟରେ ଉଡିପାରିବେ ଯବାନ
-ପାହାଡ଼, ଜଙ୍ଗଲ ଓ ସୀମାରେ ସର୍ଭିଲାନ୍ସ କରିହେବ
-ଯେଉଁ ସ୍ଥାନକୁ ଯାନବାହନ କିମ୍ବା ପ୍ରାଣୀଙ୍କ ଦ୍ୱାରା ପହଞ୍ଚିିବା ଅସମ୍ଭବ ସେଠି ଏହି ଜ୍ୟାକେଟ ପିନ୍ଧି ପହଞ୍ଚିିବା ସମ୍ଭବ
-ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏହାକୁ ବ୍ୟବହାର କରାଯିବ

କିଭଳି ପରିଚାଳିତ ହୁଏ ‘ଜେଟପ୍ୟାକ୍’
-ଗ୍ୟାସ ସରଭାଇଭାଲ ଇଂଜିନରେ ଏହା ପରିଚାଳିତ ହୁଏ
-ଦୁଇ ହାତରେ ଦୁଇଟି ‘ପଟ୍’ ଧରି ଏହାକୁ କଂଟ୍ରୋଲ କରାଯାଏ
-ଜ୍ୟାକେଟ ପଛରେ ଲାଗିଥିବା ବଡ ‘ପଟ୍’ ଦ୍ୱାରା ଉଡ଼ାଣ ଭରାଯିବ
-୪୦କେଜି ଓଜନର ଜ୍ୟାକେଟ ପିନ୍ଧି ଆବଶ୍ୟକ ଅନୁସାରେ ଉଡ଼ିପାରିବେ ଓ ଓହ୍ଲାଇପାରିବେ
-ଜ୍ୟାକେଟ ପିନ୍ଧି ଘଂଟା ପ୍ରତି ୫୦ କିଲୋମିଟର ଦୂରତାକୁ ୮ମିନିଟରେ ପୂରା କରିହେବ

-ପାହାଡ଼ କିମ୍ବା ଦୂରସ୍ଥାନକୁ ହାଲୁକା ପ୍ରତିରକ୍ଷା ସାମଗ୍ରୀ ପଠାଇବା ସମ୍ଭବ
-ଆଗକୁ ଏହି ଜ୍ୟାକେଟ ପିନ୍ଧି ଶତ୍ରୁଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଛି ।
-ଏଥିରେ ଅଧିକ ପରୀକ୍ଷଣ କରାଯାଇ ଏହାକୁ ଅଧିକ ଶକ୍ତିଶାଳି ଓ ବହୁ କ୍ଷମତା ସମ୍ପନ୍ନ କରାଯିବ ।
-ପ୍ରଥମ ପର୍ଯ୍ୟାୟରେ ୪୮ଟି ଜେଟପ୍ୟାକ କ୍ରୟ କରିଛି ଭାରତ

କିଛି ଦିନ ପୂର୍ବରୁ ବେଙ୍ଗାଲୁର ଏରୋସ୍ପେଶ ଶୋରେ ଏହି ଜେଟପ୍ୟାକ୍ପ୍ରଦର୍ଶିତ କରାଯାଇଥିଲା ଭାରତୀୟ ସେନା ଦ୍ରୁତ ଗତିରେ ନିଜକୁ ଅଧିକ ଶକ୍ତିଶାଳୀ ଓ ଅତ୍ୟାଧୁନିକ କରୁଛି । ଏବେ ଜେଟପ୍ୟାକ୍ ସାମିଲ ହେବା ସେନାର ମନୋବଳ ଯେତିକ ବୃଦ୍ଧି କରିବ ସେତିକି ଛାନିଆ ହେବେ ଶତ୍ରୁପକ୍ଷ । ୨୦୩୦ ସୁଦ୍ଧା ପ୍ରତିରକ୍ଷା ଉପକରଣକୁ ଯାନବାହନ ଓ ପ୍ରାଣୀଙ୍କ ଦ୍ୱାରା ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ପହଁଚିବା ଯିବା ବଦଳରେ ଏହି ଜେଟପ୍ୟାକକୁ ବ୍ୟବହାର କରାଯିବ