ବାରବାଟୀ ପଡିଆକୁ ବଲ ଧରି ଓହ୍ଲାଇବ ଟିମ୍ ଇଣ୍ଡିଆ । ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ଟିମ୍ ଇଣ୍ଡିଆର ହେଲା ଗୋଟିଏ ପରିବର୍ତ୍ତନ

318

କନକ ବ୍ୟୁରୋ: ସବୁ ଧକଧକ ଶେଷ । ଇଣ୍ଡିଆ-ଇଣ୍ଡିଜ ମ୍ୟାଚ ପାଇଁ ପଡିଲା ଟସ୍ । ବାରବାଟୀ ପଡିଆରେ ପ୍ରଥମେ ଫିଲ୍ଡିଂ କରିବ ଭାରତ । ଟସ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ବାରବାଟୀ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ୱେଷ୍ଟ ଇଣ୍ଡିଜ । ତେବେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦୀପକ ଚହରଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ସାମିଲ କରାଯାଇଛି ।

ତେବେ ତିନି ଟିକିଆ ମ୍ୟାଚରେ ୧-୧ରେ ବରାବର ଅଛନ୍ତି ଦୁଇ ଦଳ । ତେଣୁ ଟବାରବାଟୀ ମ୍ୟାଚ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଠିକ ଦିନ ଦେଢଟାରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ ।

ସେପଟେ ବାରବାଟୀ କିଛି ସମୟ ଆଗରୁ ବାରବାଟୀରେ ପହଞ୍ଚିଥିଲେ ଦୁଇ ଦଳ । କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି କଟକ ବାରବାଟୀରେ ପହଞ୍ଚିଥିଲେ