କନକ ବ୍ୟୁରୋ : ଅର୍ଥନୈତିକ କ୍ଷେତ୍ରରେ ଭାରତ ବିଶ୍ୱର ଷଷ୍ଠ ସର୍ବବୃହତ ଦେଶ । ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ୨୦୧୭ ଭିତରେ ଭାରତ ବିଶ୍ୱର ଷଷ୍ଠ ଅର୍ଥନୈତିକ ବିକାଶଶୀଳ ଦେଶ ଭାବେ ଉଭା ହୋଇଛି । ଏ କ୍ଷେତ୍ରରେ ଭାରତ ଫ୍ରାନ୍ସକୁ ପଛରେ ପକାଇଛି । ଷଷ୍ଠ ସ୍ଥାନରେ ଭାରତ ଥିବାବେଳେ ସପ୍ତମ ସ୍ଥାନରେ ରହିଛି ଫ୍ରାନ୍ସ । ୨୦୧୭ରେ ଭାରତର ସଫଳ ଘରୋଇ ଉତ୍ପାଦ ଜିଡିପି ୨.୫୯୭ ଟ୍ରିଲିଅନ ଡଲାରରେ ପହଞ୍ଚିଥିବା ବେଳେ ଫ୍ରାନ୍ସର ଜିଡିପି ହାର ରହିଛି ୨.୫୮୨ ଟ୍ରିଲିଅନ ଡଲାର ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଭାରତରେ କିଛି ମାସ ପର୍ଯ୍ୟନ୍ତ ମାନ୍ଦାବସ୍ଥା ଦେଖାଦେବା ପରେ ଜୁଲାଇ ୨୦୧୭ ପରଠାରୁ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ ହେଉଥିବା ଦେଖିବାକୁ ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଭାରତର ଜନସଂଖ୍ୟା ପାଖାପଖି ୧୪୩ କୋଟି ହୋଇଥିବାବେଳେ ଫ୍ରାନ୍ସର ଜନସଂଖ୍ୟା ୬୭ କୋଟି ରହିଛି । ତେବେ ଏଥିରେ କୁହାଯାଉଛି ଯେ ୧୩୪ କୋଟି ଜନସଂଖ୍ୟାବହୁଳ ଭାରତ ବିଶ୍ୱର ସବୁଠୁ ଅଧିକ ଜନସଂଖା ବିଶିଷ୍ଟ ଦେଶ ହେବାକୁ ଯାଉଛି । ଏକ ଦଶନ୍ଧି ଭିତରେ ଭାରତ ତାର ଘରୋଇ ଉତ୍ପାଦକୁ ଦୁଇ ଗୁଣା କରିବାରେ ସଫଳ ହୋଇଛି । ତେବେ ଏ କ୍ଷେତ୍ରରେ ଚୀନ ପଛରେ ପଡିଥିଲେ ସୁଦ୍ଧା ଏସିଆରେ ଏକ ମହତ୍ୱପୂର୍ଣ୍ଣ ଅର୍ଥନୈତିକ ଦେଶ ଭାବେ ଆଗକୁ ବଢିବାର ଆଶା କରାଯାଉଛି ।