କେପ ଟାଉନ ଟେଷ୍ଟ: ୭ ୱିକେଟରେ ଭାରତ ପରାସ୍ତ, ବିଜୟ ସହ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

91

କନକ ବ୍ୟୁରୋ: କେପ ଟାଉନ ଟେଷ୍ଟରେ ଭାରତକୁ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହାସହ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବିଜୟ ହାସଲ କରିଛି । ବିଜୟ ସହ ୨-୧ରେ ସିରିଜ ମଧ୍ୟ ଜିତିଲା ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚର ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ଦଳ ଏହି ମ୍ୟାଚକୁ ସହଜରେ ବିଜୟ ହାସଲ କରିଥିଲା ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୨୨୩ ରନ କରିଥିଲା ଭାରତ । ଭାରତ ପକ୍ଷରୁ ବିରାଟ କୋହଲି ୭୯ ରନର ଲଢୁଆ ବ୍ୟାଟିଂ କରିଥିଲେ । ହେଲେ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ପରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ୨୧୦ ରନ କରିବାରେ ସଫଳ ହୋଇଥିଲା ।

ଭାରତ ପୁଣି ଦ୍ୱିତୀୟ ଇଂନିସ ଖେଳିଥିଲା । ହେଲେ ଏଥିରେ ରିଷବ ପନ୍ତଙ୍କୁ ଛାଡିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ରିଷବ ପନ୍ତ ଏହି ଇଂନିସରେ ଶତକ ହାସଲ କରିଥିଲେ । ଫଳରେ ଦଳ ୧୯୮ ରନରେ ଅଲଆଉଟ ହୋଇଯାଇଥିଲା ।