ସେଣ୍ଟ ଜାଭିୟର ଗ୍ରୁପ୍ : ପାଠ୍ୟକ୍ରମ ଜରିଆରେ ଭଲ ମଣିଷ ଗଢୁଥିବା ଶିକ୍ଷାନୁଷ୍ଠାନ, ଯାତ୍ରା ଆରମ୍ଭ ମାତ୍ର… ଅତିକ୍ରମ କରିବାକୁ ପଡିବ ଅନେକ ପଥ ।

2,753

କନକ ବ୍ୟୁରୋ : ଜୀବନରେ ଶିକ୍ଷାର ମହତ୍ତ୍ୱ ଓ ଗୁରୁତ୍ୱ କଣ ତାହା ସମସ୍ତେ ଜାଣନ୍ତି । ଜ୍ଞାନ ଆହରଣ ହିଁ ମଣିଷକୁ ଭଲ ମଣିଷ ଭାବେ ଗଢି ତୋଳିଥାଏ । ଆଉ ଏହି ପ୍ରକ୍ରିୟାର କେବେ ଶେଷ ହୋଇନଥାଏ । ତେଣୁ ଶିକ୍ଷା ମାଧ୍ୟମରେ ସମାଜ ପାଇଁ ଭଲ ମଣିଷଟିଏ ତିଆରି କରିବା ଉଦ୍ଦେଶ୍ୟରେ ସେଣ୍ଟ ଜାଭିୟର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ୨୦୦୪ ମସିହାରେ ଜଗନ୍ନାଥଧାମ ପୁରୀରେ ସେଣ୍ଟ ଜାଭିୟର ହାଇସ୍କୁଲ ପ୍ରତିଷ୍ଠା କରି ଏହାର ଯାତ୍ରା ଆରମ୍ଭ କରିଥିଲା । ପୁରୀରେ ଏହି ପ୍ରୟାସ ସଫଳ ହେବା ପରେ ୨୦୦୬ରେ କେନ୍ଦ୍ରୀୟ ଓଡ଼ିଶାର ଶିଳ୍ପର ହବ୍ ଯାଜପୁରରେ ମହାପ୍ରଭୁଙ୍କ କୃପାରୁ ସେଣ୍ଟ ଜାଭିୟର ହାଇସ୍କୁଲ ଛିଡା ହୋଇଥିଲା ।

ସେଣ୍ଟ ଜାଭିୟର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ମ୍ୟାନେଜମେଣ୍ଟ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗୀଙ୍କ ସମର୍ଥନ ବଳରେ ରାଜ୍ୟବାସୀଙ୍କ ମନ ଜିଣିବା ବିଭିନ୍ନ ସ୍ଥାନରେ ଖୋଲିପାରିଥିଲା ସେଣ୍ଟ  ଜାଭିୟର ସ୍କୁଲ । ସିବିଇଏସଇ ଦିଲ୍ଲୀ ସହ ଜଡିତ ହେବା ପରେ ଏହି ସ୍କୁଲ ଦଶମ ଓ ଦ୍ୱାଦଶରେ ପାଖାପାଖି ଶତପ୍ରତିଶତ ଫଳାଫଳ ପ୍ରଦାନ କରି ନୂଆ ମାଇଲଷ୍ଟୋନ ସୃଷ୍ଟି କରିପାରିଛି । ୨୦୨୧ରେ ଦଶମରେ ୯୯.୬% ଏବଂ ଦ୍ୱାଦଶରେ ୯୫.୬% ଫଳାଫଳ ପ୍ରଦାନ କରି ଇତିହାସ ସୃଷ୍ଟି କରିଛି । ଏହାବାଦ୍ ଯୁକ୍ତ ୨, ଯୁକ୍ତ ୩ ଓ ଡିପ୍ଲୋମା ପାଠ୍ୟକ୍ରମରେ ମଧ୍ୟ ଭଲ ଫଳାଫଳ ସହ ନିଯୁକ୍ତି ସୁଯୋଗ ଦେଉଛି ।

ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ଜାଭିୟର ଗ୍ରୁପ୍ ଯାଜପୁର ଠାରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ କଳିଙ୍ଗ ଜାଭିୟର କଲେଜ ଅଫ୍ ସାଇନ୍ସ ଆଣ୍ଡ କମର୍ସ , ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି, ଯୁକ୍ତ ୩ ପିଲାଙ୍କ ପାଇଁ ଜାଭିୟର ଡିଗ୍ରୀ କଲେଜ, ନର୍ସିଂ ପିଲାଙ୍କ ପାଇଁ ଜାଭିୟର ନର୍ସିଂ କଲେଜ ଖୋଲିଛି । ସେହିଭଳି ପୁରୀରେ ଯୁକ୍ତ ୨ ପିଲାଙ୍କ ପାଇଁ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଅର  ଷ୍ଟଡିଜ, ଯୁକ୍ତ ୩ ପିଲାଙ୍କ ପାଇଁ ଜାଭିୟର ଡିଗ୍ରୀ କଲେଜ, ନର୍ସିଂ ପିଲାଙ୍କ ପାଇଁ ଜାଭିୟର ନର୍ସିଂ କଲେଜ ଖୋଲାଯାଇଛି । ଏହାବାଦ୍ ଚଣ୍ଡିଖୋଲ ଠାରେ ସେଣ୍ଟ ଜାଭିୟର ସ୍କୁଲ ଖୋଲାଯାଇଛି । ମାତ୍ର ୨୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଏବେ ୧୦୦୦୦ରୁ ଅଧିକ ପିଲାଙ୍କ ପାଇଁ ନିଜର  କ୍ୟାରିୟର ଗଢିତୋଳିବାର ମାଧ୍ୟମ ପାଲଟିଛି ।

ଗୋଟିଏ ଅନୁଷ୍ଠାନରେ ଶିକ୍ଷା ଲାଭ କରୁଥିବାବେଳେ ଛାତ୍ରମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଭିତ୍ତିଭୂମି ଏବଂ ସୁବିଧା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଜ୍ଝ  ଆଧୁନିକ ଲ୍ୟାବ ସୁବିଧା, ପାଠ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ  ଛାତ୍ରମାନଙ୍କୁ ଅଧ୍ୟୟନରେ ଅଧିକ ଆଗ୍ରହୀ କରିଥାଏ ।  ଯାହା ସେଣ୍ଟ ଜାଭିୟର ଗ୍ରୁପ୍ ନିଜର ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦେଉଛି । ଏହାଛଡା ଅନକେ ରାଜ୍ୟ ତଥା ଜାତୀୟସ୍ତରର ଖେଳାଳୀଙ୍କୁ ମଧ୍ୟ ଏହି ଅନୁଷ୍ଠାନ ଗଢି ତୋଳିଛି ।

ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷାର ମନ୍ଦିର ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ଦ୍ୱିତୀୟ ଗୃହ ବୋଲି ବିବେଚନା କରାଯାଏ।  ଏହାକୁ ଦୃଷ୍ଟିରେ ରଖି, ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ଛାତ୍ରଛାତ୍ରୀ ଯେପରି ଘରୋଇ ପରିବେଶର ଅନୁଭବ ପାଇବେ ସେଥିପାଇଁ ଗ୍ରୁପ୍ ନିଜର ସମସ୍ତ କର୍ମକର୍ତ୍ତାଙ୍କୁ ତାଲିମ ଦେଇଥାଏ । ଏହାଛଡା ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ହଷ୍ଟେଲ ସୁବିଧା ପ୍ରଦାନ କରୁଛି ଗ୍ରୁପ୍ । ୨୪ ଘଣ୍ଟିଆ ଇଣ୍ଟରନେଟ ସହ ୱାଇଫାଇ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନେ ନିଜର ଆବଶ୍ୟକୀୟ ତଥ୍ୟ ବାସ୍ ଗୋଟିଏ କ୍ଲିକରେ ପାଇପାରିବେ । ଅନୁଷ୍ଠାନର ସମସ୍ତ କ୍ଲାସକୁ ସ୍ମାର୍ଟକ୍ଲାସ କରାଯାଇଛି । ପୂରା କ୍ୟାମ୍ପସରେ ସିସିଟିଭି ଲଗାଯାଇଛି । ଯାହାଫଳରେ ସମସ୍ତଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ ।

ଶିକ୍ଷାଦାନ ପ୍ରକ୍ରିୟାକୁ ସରଳ ଏବଂ ଶିକ୍ଷଣୀୟ କରିବା ପାଇଁ ଛାତ୍ର ଶିକ୍ଷକ ସମ୍ପର୍କ ଉଲ୍ଲେଖନୀୟ ଥିଲା ଯାହା କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଆଡମିଶନ ପାଇଁ ଛାତ୍ରମାନଙ୍କୁ ଆକର୍ଷିତ କରିଥାଏ ।  NEET, JEE, NISER, ICARଏବଂ ଅନ୍ୟାନ୍ୟ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାର ଆମକୁ ଓଡ଼ିଶାର ଅନ୍ୟ ଶିକ୍ଷାନୁଷ୍ଠାନ ଠାରୁ ଆଗରେ ରଖିଛି । ଉତ୍ତମ ଶିକ୍ଷା ପ୍ରଦାନରେ ବିଶ୍ୱାସ ରଖୁଥିବା ଜାଭିୟର ଗ୍ରୁପ୍ କେବଳ ଶିକ୍ଷାର୍ଥୀମାନଙ୍କୁ ପାଠ୍ୟକ୍ରମ ଶିକ୍ଷା ଦେଇନଥାଏ ବରଂ ସେମାନଙ୍କ ଜୀବନକୁ ସଫଳ କରିବାକୁ ହାତ ବଢାଇଥାଏ ।