ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ : ବିନା ମାସ୍କରେ ବାରବାଟୀ ମନା

192

କନକ ବ୍ୟୁରୋ : ଆସନ୍ତାକାଲି ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ । ଏଥିପାଇଁ ସାରା ଓଡ଼ିଶା ଚଳଚଞ୍ଚଳ । ଯେପରି କୌଣସି ବ୍ରତିକ୍ରମ ଦେଖାନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଓସିଏ ଓ ଜିଲ୍ଲା ପ୍ରଶାସନ । ତେବେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ମିଳିଛି । ଏନେଇ ଦର୍ଶକଙ୍କୁ ଦିଆଯାଇଥିବା ଟିକେଟ୍ରେ ମଧ୍ୟ ଉଲ୍ଲେଖ ରହିଛି ।

ସେହିପରି ଖେଳ ଦେଖିବାକୁ ବାରବାଟୀ ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସାଙ୍ଗରେ ପାଣିବୋତଲ ନେବାକୁ କୁହାଯାଇଛି । କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ ନକରିବାକୁ କୁହାଯାଇଛି ।