ବନ୍ଧୁତାର ଅନ୍ୟ ନାମ ବିଶ୍ୱାସ : ପ୍ରକୃତ ବନ୍ଧୁ ଓ ଛଳନାକାରୀ ବନ୍ଧୁଙ୍କ ମଧ୍ୟରେ କ’ଣ ରହିଥାଏ ପାର୍ଥକ୍ୟ ?

80

କନକ ବ୍ୟୁରୋ:  ବାପା ମାଆଙ୍କ ପରେ ଯଦି ଜୀବନରେ କାହାର ଆବଶ୍ୟକ ହୁଏ ସେ ହେଉଛି ବନ୍ଧୁ । କାରଣ ନିଜର ବାପା ମାଆଙ୍କ ପରେ ନିଜ ମନକଥା ସେହି ପ୍ରକୃତ ବନ୍ଧୁ ସହିତ ଆଦାନ ପ୍ରଦାନ କରିଥାନ୍ତି ସଭିଏଁ । ତେବେ ଜୀବନରେ ଅନେକ ବନ୍ଧୁ ଆସିଥାନ୍ତି ମାତ୍ର ବାସ୍ତବରେ ବନ୍ଧୁ ବା ପ୍ରକୃତ ବନ୍ଧୁ ସମସ୍ତଙ୍କ ଜୀବନରେ କେହି ନା କେହି ଥିବେ ନିଶ୍ଚୟ । ଯଦି ଆପଣଙ୍କ ପାଖଷର ଏହାକୁ ଏହାକୁ ପରଖିବାର କ୍ଷମତା ନାହିଁ ତେବେ ଠକିବା ନିଶ୍ଚିତ । ବେଳେ ବେଳେ ଆମକୁ ଅନୁଭବ ହୋଇଥାଏ ଯେ ଆମେ ଠିକ୍ ଭାବେ ଲୋକ ଚିହ୍ନି ପାରିଛନ୍ତି କି? ଯାହାଙ୍କୁ ଆମେ ବିଶ୍ୱାସ କରି ଖୁବ୍ ଆତ୍ମୀୟ ବୋଲି ଚିନ୍ତା କରିଥାନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ସେ ହିଁ ଦୁଃଖର କାରଣ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ପରି ଲୋକଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବା ନାହିଁ।

ଯେଉଁ ଶ୍ରେଣୀର ଲୋକ ଆପଣଙ୍କ ସୁରକ୍ଷା ଅପେକ୍ଷା ନିଜର ସ୍ୱାର୍ଥସାଧନକୁ ବେଶି ଗୁରୁତ୍ୱ ଦେଇଥାନ୍ତି ମନେ ରଖନ୍ତୁ ସେପରି ଶ୍ରେଣୀର ବ୍ୟକ୍ତି କେବେ ବି କାହାର ବନ୍ଧୁ ହୋଇପାରନ୍ତି ନାହିଁ।

ସଂପର୍କରେ ସର୍ତ୍ତ ରଖୁଥିବା ଲୋକ ବି ବନ୍ଧୁ ନୁହଁନ୍ତି । ବିନା ସ୍ୱାର୍ଥ, ବିନା ସର୍ତ୍ତ, ବିନା ଦ୍ୱନ୍ଦ୍ୱ ଓ ବିନା ଛଳନାର ସଂପର୍କକୁ ବନ୍ଧୁତ୍ୱ କୁହଯାଏ।
ଏହା ମଧ୍ୟ ନିରାଟ ସତ୍ୟ ଯେ ଆପଣଙ୍କ ସାମ୍ନାରେ ନିର୍ମଳ ଭାବମୂର୍ତ୍ତି ପ୍ରଦର୍ଶନ କରୁଥିବା ଲୋକଟି ବାସ୍ତବରେ ବି ସେପରି ହୋଇନଥିବ । ପ୍ରଚ୍ଛଦ ପଟର ଚେହେରାକୁ ଦେଖିବାକୁ ଚେଷ୍ଟା କରନ୍ତୁ।

ଆବଶ୍ୟକ ପଡ଼ିଲେ ନିଜର କ୍ଷତି କରି ଆପଣଙ୍କର ଭଲ ପାଇଁ ଧାଇଁ ଆସୁଥିବା ଲୋକଟି ଉତ୍ତମ ବନ୍ଧୁ ଭାବେ ଗଣତି ହୁଏ ।
‘କଥାରେ ଅଛି ଶତ୍ରୁର ଶତ୍ରୁ ବନ୍ଧୁ ଓ ବନ୍ଧୁର ଶତ୍ରୁ ଶତ୍ରୁ’। ମାତ୍ର ଯଦି ଆପଣଙ୍କ ଶତ୍ରୁ ସହ କେହି ଅତି ଘନିଷ୍ଠତା ପ୍ରଦର୍ଶନ କରୁଛି ତେବେ ସେ ଲୋକଟି କେବେ ବି ଆପଣଙ୍କ ବନ୍ଧୁ ନୁହେଁ।

ତେବେ ଏଭଳି ହିଁ ଆପଣ ପ୍ରକୃତ ବନ୍ଧୁ ଓ ଛଳନା କରୁଥିବା ବନ୍ଧୁ ବିଷୟରେ ଅବଗତ ହୋଇପାରିବେ । ଯାହାକୁ ଆଖି ବନ୍ଦ କରି ମଧ୍ୟ ତା ଉପରେ ବିଶ୍ୱାସ କରି ନିଜର ମନ କଥା କହି ପାରିବେ । ଆଉ ସେହି ବନ୍ଧୁ ଆପଣଙ୍କ ସୁଖ ଓ ଦୁଃଖ ସମୟରେ ଆପଣଙ୍କ ସାଥିରେ ଚଟାଣ ପରି ଛିଡା ହୋଇଥିବ ।