କାଲିଫର୍ଣ୍ଣିଆକୁ କାଳ ତାପମାତ୍ରା ବୃଦ୍ଧି । ଜଳୁଛି ଜଙ୍ଗଲ, ଯାଉଛି ଜୀବନ

110

କନକ ବ୍ୟୁରୋ : ଜଳବାୟୁ ପରିବର୍ତନର ପ୍ରଭାବରେ ଏବେ ସନ୍ତୁଳି ହେଉଛି ଆମେରିକାର କାଲିଫର୍ଣ୍ଣିଆ । ଥଣ୍ଡା ସ୍ଥାନରେ ଏବେ ଯେ କେବଳ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉନି ବଂର ଏହାର ପ୍ରଭାବରେ ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଛି । ଏଠାକାର ତାପମାତ୍ରା ପ୍ରାୟ ୪୭ ଡିଗ୍ରୀ ସେଲିସିୟର ରହୁଛି ଓ ଏହା ଯୋଗୁଁ ଜଙ୍ଗଲ ଗୁଡିକରେ ଲାଗୁଛି ନିଆଁ । ପଶ୍ଚିମ ଆମେରିକାରେ ୩୫ହଜାର ହେକ୍ଟର ଜମିରେ ନିଆଁ ବ୍ୟାପିସାରିଛି । ପାଣିପାଗ ପରିବର୍ତନ ଯୋଗୁଁ ଅତ୍ୟଧିକ ଗରମ ଜଙ୍ଗଲରେ ବୃଦ୍ଧି ପାଉଛି ଅଗ୍ନିକାଣ୍ଡ ।
ସୂଚନା ଅନୁସାରେ—–

• କାଲିଫର୍ଣ୍ଣିଆ ଜଙ୍ଗଲର ବଡ ଧରଣର ନିଆଁ ଲାଗିଛି
• ୪ହଜାର ୫ଶହ ଏକର ଜମି ଏବେ ଜଳିପୋଡି ପାଉଁଶ ହୋଇଛି ।
• ସ୍ଥାନୀୟ ଅଂଚଳରୁ ୧୫ଶହ ଘରକୁ ଖାଲି କରାଯାଇଛି ।
• ୨ଶହ ଏକର ଜମି ମଧ୍ୟ ଅଗ୍ନିକାଣ୍ଡ ପ୍ରଭାବରେ ନଷ୍ଟ ହୋଇସାରିଛି ।
• ଜଙ୍ଗଲରେ ନିକଟରେ ଥିବା ୫ହଜାର ଘର ବିପଦରେ ରହିଛି ।
• ୨୬୫ ଫାୟାର ବିଗ୍ରେଡର ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
• ହେଲିକପ୍ଟର ମାଧ୍ୟମରେ ଆକାଶମାର୍ଗରୁ ମଧ୍ୟ ନିଆଁ ଲିଭା ଯାଉଛି ।
• ନିକଟସ୍ଥ ଶିକ୍ଷାନୁଷ୍ଟାନ ଓ କାର୍ଯ୍ୟାଳୟ ବନ୍ଦ କରାଯାଇଛି ।
• ବୃଦ୍ଧ ଓ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟ ଶିବିର ବ୍ୟବସ୍ଥା କରାଯାଇଛି ।
• ଆଖପାଖ ଇଲାକାରେ ବିଦ୍ୟୁତ ଓ ଜଳ ସଙ୍କଟ ଦେଖାଦେଇଛି ।
• ସେପ୍ଟେମ୍ବର ମାସରେ ଏହା ରେର୍କଡ ହୋଇଥିବା ସବୁଠୁ ଅଧିକ ତାପମାତ୍ରା ।

କାଲିଫର୍ଣ୍ଣିଆ ସହ ଓରେଗନ୍ଓ ଆଇଡାହୋର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ରହିଛି । ଆମେରିକାର ଉତର-ପଶ୍ଚିମ ପାଣିପାଗ ପରିସ୍ଥିତିରେ ଅନେକ ପରିବର୍ତନ ଯୋଗୁଁ ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟୁଥିବା କୁହାଯାଉଛି । ତେବେ ଜାତୀୟସ୍ତରର ଆକଳନ ମୁତାବିକ, ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ ୯୦ରୁ ଅଧିକ ପ୍ରଜାତିର ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେବା ସହ ପ୍ରାୟ ୮୫୦ ହଜାର ଏକର ଚାଷ ଜମି ପୋଡିଯାଇଛି । ବିଶେଷକରି ପଶ୍ଚିମ ଆମେରିକାର ୭ଟି ରାଜ୍ୟ ଏବେ ଭୟଙ୍କର ଅଗ୍ନିକାଣ୍ଡର ମୁକାବିଲା କରୁଛନ୍ତି । ଏହି ୭ଟି ରାଜ୍ୟ ଗୁଡିକ ହେଲା କାଲିଫର୍ଣ୍ଣିଆ, ଆଇଡାହୋ, ମୋଂଟାନା, ୱାଶିଂଟନ୍, ଉଥା ଓ ଓମିଙ୍ଗ । ଅନିୟମିତତା ବୃଷ୍ଟିପାତ , ଜଳବାୟୁ ପରିବର୍ତନ ପାଇଁ ବାରମ୍ବାର ନିଆଁ ଲାଗୁଛି । ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।