ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଗତକାଲିଠୁ ଢେଙ୍କାନାଳ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଚାଲିଛି ଚଢାଉ ।

554

କନକ ବ୍ୟୁରୋ: ଆଉ ଏକ ମଦ କମ୍ପ।।ନୀ ଉପରେ ଆୟକର ବିଭାଗର ରେଡ୍ । ଗତକାଲିଠୁ ଢେଙ୍କାନାଳରେ ଥିବା ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ରେଡ଼ କରୁଛି ଆୟକର ବିଭାଗ । ଟିକସ ଫାଙ୍କିିଥିବା ଅଭିଯୋଗରେ ଆୟକର ଟିମର ଦୁଇଟି ଟିମ ରେଡ଼ କରୁଛନ୍ତି । ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି ଏହି କମ୍ପାନୀ । ସରକାରୀ ସ୍ତରରେ ମୁଖ୍ୟତଃ ଚାରୋଟି କାର୍ଯ୍ୟ ବ୍ଲିଣ୍ଡିଙ୍ଗ, ବଟଲିଙ୍ଗ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଙ୍ଗ ପାଇଁ ଅନୁମତି ପାଇଛି । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଏ ନେଇ ଆୟକର ବିଭାଗ ପକ୍ଷରୁ ରେଡ଼ ହୋଇଛି ।