ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅମିତ ଶାହା, ଆଇବି, ର’ ଅଧିକାରୀ ଉପସ୍ଥିତ

82

କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ ଆକ୍ସନମୋଡରେ କେନ୍ଦ୍ର ସରକାର । ଆଜି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମଣିପୁର ସୁରକ୍ଷାସ୍ଥିତି ସମ୍ବନ୍ଧରେ ସମୀକ୍ଷା କରାଯାଇଛି । ଆଇବି, ର ଓ ବରିଷ୍ଠ ସୁରକ୍ଷା ଅଧିକାରୀ ବୈଠକରେ ସାମିଲ ହେବା ସହ ଗୁଇନ୍ଦା ରିପୋର୍ଟ ଉପରେ ତର୍ଜମା କରାଯାଇଛି । ଆଲୋଚନାରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଯୋଗ ଦେଇ ରାଜ୍ୟର ତାଜା ସ୍ଥିତି ଉପରେ ରିପୋର୍ଟ ଦେଇଛନ୍ତି । ନିକଟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଣିପୁର ହିଂସାକୁ ନେଇ ଉଦଗେବ ପ୍ରକାଶ କରିଥିଲେ । ନିର୍ବାଚସ ସରିଥିବାରୁ ବର୍ତ୍ତମାନ ସରକାର ମଣିପୁର ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେବା ଜରୁରୀ ବୋଲି ଭାଗବତ ବୟାନ ଦେଇଥିଲେ । ସବୁବେଳେ ନିର୍ବାଚନ ମୁଡରେ ରହୁଥିବା ବିଜେପି ସରକାର ବିରୋଧରେ ଏହା ବଡ ବୟାନ ଥିଲା । ୨୦୨୩ ମେ ୩ରେ ହିଂସାରେ ଜଳିବା ଆରମ୍ଭ କରିଥିଲା ମଣିପୁର । କୁକୀ ଓ ମୈଇତି ସମ୍ପ୍ରଦାୟଙ୍କ ମଧ୍ୟରେ ଉପୁଜିଥିବା ବିବାଦ କ୍ରମଶ ବଡ ହିଂସାର ରୂପ ନେଇଥିଲା । ଏବେ ସୁଦ୍ଧା ୨ଶହର ଅଧିକ ସାଧାରଣ ନାଗରିକ ଓ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷତି ହୋଇଛି ।