ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଲେ ରାହୁଲ ଗାନ୍ଧୀ । କହିଲେ, ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କରିବି ଏହି ୩ଟି କାମ

256

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାକୁ ନେଇ ବ୍ୟସ୍ତ ରହିଛନ୍ତି । ଏହି କ୍ରମରେ ସେ ଲଗାତର ଭାବେ ଜନସଭା କରିବା ସହ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରୁଛନ୍ତି । ଏବେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ଆଗଠାରୁ ଅଧିକ ପରିପକ୍ୱତା ସହ ସାମ୍ନା କରୁଥିବା ଦେଖିବାକୁ ମିଳୁଛି । ଶନିବାରଦିନ ରାହୁଲ ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟ ଠାରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସମ୍ବୋଧିତ କରିଛନ୍ତି । ଏଥିରେ ସେ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଅତି ସରଳ ଭାବେ ଦେବାକୁ ଚେଷ୍ଟା କରିଥିଲେ ।

ଗଣମାଧ୍ୟମ ପ୍ରତିନିଧୀ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ କି ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ପ୍ରଥମେ କେଉଁ ୩ ଟି କାର୍ଯ୍ୟ କରିବେ । ଏହି ପ୍ରଶ୍ନର ଉତର ଦେବାକୁ ଯାଇ ରାହୁଲ ଗାନ୍ଧୀ ଯେଉଁ ୩ ଟି କାମ ଗଣାଇଥିଲେ ତାହା ଏହିଭଳି ଥିଲା …

ରାହୁଲ ଗାନ୍ଧୀ କହିଥିଲେ କି ସେ ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ ଦେଶର ଶିକ୍ଷା ସଂରଚନା ବନାଇବେ । ସେ କହିଛନ୍ତି କି, ଦେଶରେ ଶିକ୍ଷା ବ୍ୟବସ୍ଥା ଠିକଭାବେ କାର୍ଯ୍ୟ କରୁନାହିଁ । ପ୍ରଚଳିତ ଶିକ୍ଷାବ୍ୟବସ୍ଥା ପିଲାମାନଙ୍କୁ କୌଣସି ଭିଜନ ଦେଇପାରୁନାହିଁ । ଭାରତ ଯୋଡ ଯାତ୍ରାରେ ସେ ହଜାର ହଜାର ପିଲାଙ୍କୁ ଭେଟୁଥିବା ବେଳେ ରାହୁଲ ସେମାନଙ୍କୁ ପ୍ରଶ୍ନ କରିଥିଲେ କି କଲେଜ ଶିକ୍ଷାପରେ ସେମାନେ କଣ କରିବେ । ଏହାର ଉତରରେ ପିଲାମାନଙ୍କ ମଧ୍ୟରୁ କେହି ଡାକ୍ତର, କେହି ଇଂଜିନିୟର, କେହି ପାଇଲଟ ବା କିଏ ଆଇଏଏସ ହେବାକୁ କହିଥିଲେ । ଏନେଇ ରାହୁଲ ଗାନ୍ଧୀ କହିଥିଲେ କି ୯୯ ପ୍ରତିଶତ ପିଲାଙ୍କ ପାଖରେ ଏହି ୫ଟି ବିକଳ୍ପ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ।

ଦ୍ୱିତୀୟ କାମ ଭାବେ ରାହୁଲ ଗାନ୍ଧୀ କହିଥିଲେ କି ବିନା ଦକ୍ଷତାରେ ରୋଜଗାର ମିଳିବ ନାହିଁ । ଅର୍ଥାତ ରାହୁଲଙ୍କ କହିବା ମୁତାବକ ବିନା ଦକ୍ଷତାରେ କାହାରିକୁ ରୋଜଗାର ମିଳିବ ନାହିଁ । ଏବେ ସରକାର ଯାହା ପାଖରେ ଦକ୍ଷତା ରହିଛି ସେମାନଙ୍କୁ ଅଣଦେଖା କରୁଛନ୍ତି । ସେମାନଙ୍କ ଦକ୍ଷତାକୁ ସମାପ୍ତ କରିବାକୁ ସରକାର ଚକ୍ରାନ୍ତ କରୁଥିବା କଥା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ରୋଜଗାର ପାଇବାକୁ ହେଲେ ପିଲାମାନଙ୍କୁ ପ୍ରଥମେ ଦକ୍ଷ ହେବାକୁ ପଡିବ ।

ତୃତୀୟ କାମଭାବେ ରାହୁଲ ଗାନ୍ଧୀ କହିଥିଲେ କି ସରକାର ଆମକୁ ବିଦେଶ ନୀତି ନେଇ ଭ୍ରମିତ କରୁଛନ୍ତି । ରାହୁଲ ଗାନ୍ଧୀ କହିଥିଲେ କି ସେ ପ୍ରଧାନମନ୍ତ୍ରୀ ହେଲେ ଦେଶରେ ଭାଇଚାରା, ଏକତା ଓ ଭଲପାଇବା ଭଳି ଭାବନାକୁ କିଭଳି ପ୍ରସାର କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବେ । ଏହାର ପ୍ରଭାବ ଦେଶର ସୀମା ଉପରେ ବି ପଡିବ । ଦେଶରେ ହିଂସା, ଘୃଣାର ପ୍ରଭାବ ଅନ୍ୟ ଦେଶ ଉପରେ ମଧ୍ୟ ପଡୁଥିବା କଥା ସେ କହିଛନ୍ତି । ଏହାର ଫାଇଦା ଶତ୍ରୁଦେଶମାନେ ଉଠାଉଛନ୍ତି । ଏହାଦ୍ୱାରା ଦେଶର ଏକ ବଡ କ୍ଷତି ହେଉଛି । ଏଣୁ ଏହା ଉପରେ ପ୍ରମୁଖ ନଜର ରହିବ ବୋଲି ସେ କହିଛନ୍ତି ।