ପୁଣି ବାଲିପାଟଣାରୁ ମୂର୍ତ୍ତି ଚୋରି ଅଭିଯୋଗ । ଟଙ୍କପାଣି ନିକଟ ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ୫ଟି ଅଷ୍ଟଧାତୁ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ

104

କନକ ବ୍ୟୁରୋ : ପୁଣି ବାଲିପାଟଣାରୁ ମୂର୍ତ୍ତି ଚୋରି ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ମନ୍ଦିରରୁ ୫ଟି ମୂର୍ତ୍ତି ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ବାଲିଅନ୍ତା ଥାନା ଟଙ୍କପାଣି ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରୁ ଦୁବୃର୍ତ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଛନ୍ତି । ସକାଳୁ ମନ୍ଦିରକୁ ପୂଜକ ଆସିବା ବେଳେ ମୂର୍ତ୍ତି ଚୋରି ହୋଇଥିବେ ଜାଣିବାକୁ ପାଇଥିଲେ । ଖବର ପାଇ ଧଉଳି ଥାନା ଓ ବାଲିଅନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି ।