ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ଛାଡ଼ିଲେ ଝାରସୁଗୁଡା ଜିଲ୍ଲା ସଭାପତି । ରାଜ୍ୟ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଲେ ମଙ୍ଗଳ ସାହୁ

690

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବିଜେପିରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ମିଳିବା ପରେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ୨୫ ବର୍ଷ ହେବ ଦଳରେ ଥିବା ମଙ୍ଗଲ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ନିକଟକୁ ପଠାଇଛନ୍ତି ।
ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଝାରସୁଗୁଡା ଏବଂ ବ୍ରଜରାଜନଗର ନିର୍ବାଚନ ମଣ୍ଡଳିରେ ବିଜେପି ପରିବାରରେ ବର୍ତମାନ ପରିବାରର ମୁଖ୍ୟ କେହି ନାହାଁନ୍ତିି । ଝାରସୁଗୁଡାର ବିଜେପିରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କାର୍ଯ୍ୟକତାମାନେ ନିଜକୁ ଅସୁରକ୍ଷିତ ଏବଂ ଅସହାୟ ମନେ କରୁଛନ୍ତି । ସେ ଆହୁରୀ କହିଛନ୍ତି, ଦଳର ବରିଷ୍ଠ ଏବଂ କନିଷ୍ଠ କାର୍ଯ୍ୟକର୍ତାକୁ ନେଇ ଦଳକୁ ଶଶକ୍ତ କରିବାକୁ ସବୁବେଳେ ସେ ଚେଷ୍ଟା କରୁଥିଲେ । କିନ୍ତୁ ଏବେ ଏହା ଅସମ୍ଭବ ମନେ ହେଉଛି । ତେଣୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।