ଆଜି ପହିଲି ରଜରେ ଆମିଷ ମାର୍କେଟରେ ପ୍ରବଳ ଭିଡ । ଗ୍ରାହକଙ୍କୁ ସୁହଇଲା ଭଳି ରହିଛି ଦର ।

546

କନକ ବ୍ୟୁରୋ: ଆଜି ପହିଲି ରଜ ସାଙ୍ଗକୁ ପଡ଼ୁଛି ଶୁକ୍ରବାର । ଆଜି ଆମିଷ ବାର ଥିବାରୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜି ଶୁକ୍ରବାର ସାଙ୍ଗକୁ ଶେଷ ରଜ ରବିବାର ପଡ଼ୁଛି । ତେଣୁ ଭଲ ବ୍ୟବସାୟ ଆଶାରେ ରହିଛନ୍ତି ବ୍ୟବସାୟୀ । ଆଜି ଓ ରବିବାର ଆମିଷ ବେପାର ବଢିବାର ଆଶା ରଖିଛନ୍ତି ବ୍ୟବସାୟୀ । ଭୁବନେଶ୍ୱର ୟୁନିଟ୍-୪, ୟୁନିଟ୍-୮ ସମେତ ବିଭିନ୍ନ ମାର୍କେଟ୍ରେ ସକାଳୁ ସକାଳୁ ଲୋକଙ୍କ ଗହଳି ହୋଇଛି । ଆମିଷ ବଜାରରେ ସାଧାରଣତଃ ବୁଧବାର ଓ ରବିବାର ଭଲ ବେପାର ହେଉଥିବା ବେଳେ ଆଜି ପହିଲି ରଜ ଥିବାରୁ ଲୋକେ ଆମିଷ କିଣିବା ପାଇଁ ଭିଡ଼ ଜମାଇଛନ୍ତି ।

ଆମିଷ ଦର:
ଚିଙ୍ଗୁଡ଼ି – ୫୦୦-୫୫୦
ରୋହି – ୨୦୦
ଭାକୁର – ୨୦୦
ମଉରାଣୀ – ୩୨୦
ଜଲା – ୪୦୦
ପୋହଳା – ୨୦୦
ପାପଦା – ୬୦୦
କଣ୍ଟିଆ – ୪୦୦
ବାଲି ଗେରେଡା – ୨୪୦
ବାଲିଆ – ୨୦୦
କଂକଡା – ୬୦୦ ରୁ ଅଧିକ

ଚିକେନ – ୨୫୦
ଦେଶୀ – ୪୫୦- ୬୦୦
କଲର ବାର୍ଡ – ୨୫୦
ବତକ – ୫୦୦

ମଟନ – ୮୦୦