ଯୌତୁକ ଜନିତ ମାମଲାରେ କେତେ ନ୍ୟାୟ ପାଇଛନ୍ତି ପୀଡିତା? ସାମ୍ନାକୁ ଆସିଲା ଶ୍ୱେତପତ୍ରର ତଥ୍ୟ

88

କନକ ବ୍ୟୁରୋ: ରାଜ୍ୟରେ ପ୍ରତିଦିନ ଯୌତୁକ ଜନିତ ମାମଲା ସାମ୍ନାକୁ ଆସିଥାଏ । ତେବେ ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରେ ଏହାର ତଥ୍ୟ ଦିଆଯାଇଛି । ରାଜ୍ୟରେ ଯୌତୁକ ଜନିତ ହତ୍ୟା, ଯୌତୁକ ଜନିତ ଆତ୍ମହତ୍ୟା, ଯୌତୁକ ଜନିତ ନିର୍ଯ୍ୟାତନା କେତେ ହୋଇଛି ଆଉ କେତେ ସମାଧାନ ହୋଇଛି ତାହାର ତଥ୍ୟ ପ୍ରଦାନ କରାଯାଇଛି ।

୨୦୨୧ ମସିହାରେ ରୁଜୁ ହୋଇଥିବା ସର୍ବମୋଟ ୫୦୮୦ ମୋକଦ୍ଦମା ମଧ୍ୟରୁ ୩୭୦୭ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ ୧୨୦ଟିରେ ଚୂଡାନ୍ତ ରିପୋର୍ଟ ସତ୍ୟ, ୭୦ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ ୧୧୮୩ଟି ମୋକଦ୍ଦମା ତଦନ୍ତାଧୀନ ରହିଛି ।

ଯୌତୁକ ଜନିତ ହତ୍ୟା
୨୦୨୧ ମସିହାରେ ରୁଜୁ ହୋଇଥିବା ସର୍ବମୋଟ ୨୯୮ଟି ମୋକଦ୍ଦମା ମଧ୍ୟରୁ ୧୮୧ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ ୬ଟିରେ ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ ୧୧୧ଟି ମୋକଦ୍ଦମା ତଦନ୍ତାଧୀନ ରହିଛି ।

ଯୌତୁକ ଜନିତ ଆତ୍ମହତ୍ୟା
୨୦୨୧ ମସିହାରେ ରୁଜୁ ହୋଇଥିବା ସର୍ବମୋଟ ୨୨୯ଟି ମୋକଦ୍ଦମା ମଧ୍ୟରୁ ୧୧୧ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ ଅବଶିଷ୍ଟ ୧୮ଟି ମୋକଦ୍ଦମା ତଦନ୍ତାଧୀନ ରହିଛି ।

ଯୌତୁକ ଜନିତ ନିର୍ଯ୍ୟାତନା
୨୦୨୧ ମସିହାରେ ରୁଜୁ ହୋଇଥିବା ସର୍ବମୋଟ ୪୯୪୯ଟି ମୋକଦ୍ଦମା ମଧ୍ୟରୁ ୩୬୬୮ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ ୧୨୧ଟିରେ ଚୂଡାନ୍ତ ରିପୋର୍ଟ ସତ୍ୟ, ୬୪ ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ ୧୦୯୬ଟି ମୋକଦ୍ଦମା ତଦନ୍ତାଧୀନ ରହିଛି ।