ଗାନ୍ଧି ଜୟନ୍ତୀକୁ ବଡ ଧୁମଧାମରେ ପାଳିଥାଏ ପୁରା ଦେଶ ! ଜାଣନ୍ତୁ ବାପୁ କିଭଳି ପାଳନ କରୁଥିଲେ ନିଜ ଜନ୍ମଦିନ ।

170

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଜନ୍ମ ଜୟନ୍ତୀରେ ସରକାର ଏବଂ ଗାନ୍ଧିବାଦୀ ସଂସ୍ଥା ପକ୍ଷରୁ ଅନେକ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ସ୍ୱଚ୍ଛତାରୁ ନେଇ ଅହିଂସା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତରିକାରେ ଲୋକମାନେ ବାପୁଙ୍କୁ ମନେ ପକାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ନିଜ ଜନ୍ମଦିନକୁ କିଭଳି ଭାବେ ପାଳନ କରୁଥିଲେ ମହାତ୍ମା ଗାନ୍ଧି ।

ଗାନ୍ଧିବାଦୀ ରାମଚନ୍ଦ୍ର ରାହିଙ୍କ କହିବା ଅନୁଯାୟୀ, ଗାନ୍ଧିଜୀ କେବେ ହେଲେ ମଧ୍ୟ ନିଜ ଜନ୍ମଦିନ ପାଳନ କରୁନଥିଲେ ବରଂ ଲୋକମାନେ ବଡ ଧୁମଧାମରେ ତାଙ୍କ ଜନ୍ମ ଦିନକୁ ପାଳନ କରନ୍ତି । କିନ୍ତୁ ଜାଣନ୍ତୁ ଏହି ଦିନ ବାପୁ କଣ କରୁଥିଲେ । ଜାତିରପିତା ମହାତ୍ମା ଗାନ୍ଧି ଏହି ଦିନ ଇଶ୍ୱରଙ୍କ ପ୍ରାର୍ଥନା କରିଥାନ୍ତି । ଚରଖା ଚଲାଇଥାନ୍ତି, ଏବଂ ଅଧିକାଂଶ ସମୟ ମୌନ ରହିଥାନ୍ତି । ଯେକୌଣସି ମହତ୍ୱପୂର୍ଣ୍ଣ ଦିନକୁ ସେ ଏହିଭଳି ଭାବେ ପାଳନ କରିଥାନ୍ତି ।

କିନ୍ତୁ ସରକାର ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ କରିଥାନ୍ତି । ତେବେ ଏହାକୁ ନେଇ ରାମଚନ୍ଦ୍ର ରାହି ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର ଯେକୌଣସି ଆୟୋଜନ କେବଳ ନିଜ ସ୍ୱାର୍ଥ ପାଇଁ କରିଥାନ୍ତି । ମହାତ୍ମା ଗାନ୍ଧିଙ୍କର ଆଦର୍ଶ ସହ ତାଙ୍କର କୌଣସି ମତଲବ ନାହିଁ । ସରକାର କେବଳ ନିଜର ରାଜନୈତିକ ସ୍ୱାର୍ଥକୁ ପୂରଣ କରିବା ପାଇଁ ଗାନ୍ଧିଙ୍କ ନାମ ବ୍ୟବହାର କରିଥାନ୍ତି । ଯଦି ପ୍ରକୃତରେ ସରକାର ଗାନ୍ଧିଜୀଙ୍କ ଜୟନ୍ତୀକୁ ହୃଦୟର ସହ ପାଳନ କରିବାକୁ ଚାହୁଁଛନ୍ତି, ତେବେ ସେ ଗାନ୍ଧିଙ୍କ ବିଚାରରେ ସମାଜ କିଭଳି ଆଗକୁ ଯିବ ସେନେଇ ଚେଷ୍ଟିତ ହେବାର ଆବଶ୍ୟକତା ରହିଛି ।