ହାଉସ ସର୍ଜନଙ୍କୁ ସରକାରଙ୍କ ନୂଆବର୍ଷ ଭେଟି । ୨୦ହଜାର ହେଲା ମାସିକ ଷ୍ଟାଇପେଣ୍ଡ
କନକ ବ୍ୟୁରୋ : ନୂଆବର୍ଷରେ ରାଜ୍ୟସରକାରଙ୍କ ପକ୍ଷରୁ ନୂଆ ଉପହାର । ହାଉସସର୍ଜନ ଡାକ୍ତରଙ୍କୁ ଖୁସି କରାଇଛନ୍ତି ସରକାର । ସରକାରଙ୍କ ନୂଆବର୍ଷ ଭେଟି। କାର୍ଯ୍ୟରତ ହାଉସ ସର୍ଜନଙ୍କ ମାସିକ ଷ୍ଟାଇପେଣ୍ଡ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୧୭ ଏପ୍ରିଲ ପହିଲାରୁ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ ହେବ। ନୂଆବର୍ଷର ପ୍ରଥମ ଦିନରେ ସରକାର ଏହି ଘୋଷଣା କରିବା ପରେ ହାଉସସର୍ଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ କହିବା ଅନୁଯାୟୀ, ଏହି ଷ୍ଟାଇପେଣ୍ଡ ବୃଦ୍ଧି ହେବା ଦ୍ୱାରା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭିମସାରରେ କାମ କରୁଥିବା ୬୫୦ଜଣ ହାଉସ ସର୍ଜନ ଉପକୃତ ହେବେ। ଅର୍ଥ ବିଭାଗର ସମ୍ମତି କ୍ରମେ ଏହାକୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।