ବିଧାନସଭାରେ ଉଠିଲା ଲୋୟର ପିଏମଜି ଖଣ୍ଡଯୁଦ୍ଧ ପ୍ରସଙ୍ଗ । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀଙ୍କ ହୋହଲ୍ଲା, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ।

75

କନକ ବ୍ୟୁରୋ : ଚାଲିପାରିଲାନି ପ୍ରଶ୍ନକାଳ, ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କଲେ ବାଚସ୍ପତି ।

ଆଜି ବିଧାନସଭା ଆରମ୍ଭରୁ ଗୃହରେ ଉଠିଥିଲା ଲୋୟର ପିଏମଜି ଖଣ୍ଡଯୁଦ୍ଧ ପ୍ରସଙ୍ଗ । ବିରୋଧୀ ବିଜେପି ଏହି ପ୍ରସଙ୍ଗ ଉଠାଇବା ସହ ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଗୃହରେ ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ବିଜେପି ସଦସ୍ୟ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ । ଫଳରେ ସ୍ୱାଭାବିକ ହୋଇପାରିନଥିଲା ଗୃହକାର୍ଯ୍ୟ । ଯେଉଁଥିପାଇଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।