ହୀରାଖଣ୍ଡ ଏକ୍ସପ୍ରେସ ଲାଇନଚ୍ୟୁତର ଖୋଳତାଡ ଜାରି: ୫ ଘଂଟାର ଜେରା ପରେ ଦୁର୍ଘଟଣା ବୋଲି ମାନୁନି ଏନ୍ଆଇଏ

29

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଏନ୍ଆଇଏ । କୁନେରୁ ଷ୍ଟେସନରେ ରେଳ ଦୁର୍ଘଟଣା ପଛରେ କିଛି ବଡଧରଣର ଷଡଯନ୍ତ୍ର ରହିଛି କି, ସେନେଇ ଛାନଭିନ କରୁଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ଗତକାଲି ଏନଆଇଏ ୫ ଘଂଟା ଧରି ଷ୍ଟେସନ ମାଷ୍ଟରଙ୍କ ସହ ୫ ଜଣଙ୍କୁ ପଚରା ଉଚରା କରିଛି । ଜେରା ପରେ ଏନଆଇଏ ଏହାକୁ ସାଧାରଣ ଦୁର୍ଘଟଣା ଭାବେ ଗ୍ରହଣ କରିପାରୁନାହିଁ । ତେଣୁ ଆଜି ଟ୍ରେନର ଡ୍ରାଇଭର, ଗାର୍ଡ ଓ ଅନ୍ୟ କର୍ମଚାରୀଙ୍କୁ ପଚରା ଉଚରା କରିବ ଏନଆଇଏ । ବିଶେଷ କରି ଦୁର୍ଘଟଣା ପଛରେ ଆତଙ୍କବାଦୀ ଓ ଚରମପନ୍ଥୀଙ୍କ ହାତ ଥିବା ସନ୍ଦେହରେ ଏନ୍ଆଇଏ ତନାଘନା ଚଲାଇଛି ।