ନିଲାମ ହୋଇଗଲା ଅନିଲ ଅମ୍ବାନୀଙ୍କ ରିଲିଆନ୍ସ କ୍ୟାପିଟାଲ । ଜାଣନ୍ତୁ କିଏ ଓ କେତେ ଟଙ୍କାରେ କିଣିଲା ଏହି କମ୍ପାନୀ ?

22,470

କନକ ବ୍ୟୁରୋ : ଦେଶରେ ଥିବା କିଛି ହାତଗଣତି ଶିଳ୍ପପତିଙ୍କ ମଧ୍ୟରେ ଅନୀଲ ଅମ୍ବାନୀ ଅନ୍ୟତମ । ଗୋଟିଏ ସମୟରେ ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରିଲିଆନ୍ସ ଗ୍ରୁପ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏବେ କିନ୍ତୁ ଅନୀଲ ଅମ୍ବାନୀ କରଜରେ ବୁଡି ଦେବାଳିଆ ହୋଇଯିବାକୁ ବସିଲେଣି । ଏହି କ୍ରମରେ ସବୁଠାରୁ ଅଧିକ ଋଣଭାରରେ ଥିବା ରିଲିଆନ୍ସ ଗ୍ରୁପର ରିଲିଆନ୍ସ କ୍ୟାପିଟାଲ ନିଲାମ ହୋଇଯାଇଛି । ଏକ ରିପୋର୍ଟରେ ଦାବି କରାଯାଇଛି କି, ଏହି କମ୍ପାନୀକୁ ଏବେ ହିନ୍ଦୁଜା ଗ୍ରୁପ କିଣି ନେଇଛି । ଦ୍ୱିତୀୟ ପର୍ଯ୍ୟାୟ ନିଲାମ ବେଳେ ହିନ୍ଦୁଜା ଗ୍ରୁପ ଏହାକୁ ୯୬୫୦ କୋଟି ଟଙ୍କାରେ କିଣିଥିବା କଥା କୁହାଯାଉଛି ।

ରିପୋର୍ଟ ମୁତାବକ ହିନ୍ଦୁଜା ଗ୍ରୁପର କମ୍ପାନୀ ଇଣ୍ଡସଇଣ୍ଡ ଇଣ୍ଟରନ୍ୟାସନାଲ ହୋଲଡିଙ୍ଗସ୍ ରିଲିଆନ୍ସ କ୍ୟାପିଟାଲ କୁ କିଣିବାକୁ ୯୬୫୦ କୋଟି ଟଙ୍କା ପୈଠ କରିଛନ୍ତି । ହିନ୍ଦୁଜା ବ୍ୟତୀତ ଏହି କମ୍ପାନୀକୁ କିଣିବା ପାଇଁ ଟୋରେଣ୍ଟ ଇନଭେଷ୍ଟମେଣ୍ଟ ଓ ଓକଟ୍ରି କ୍ୟାପିଟାଲ ଭଳି କମ୍ପାନୀ ନିଲାମ ଡାକିଥିଲେ ।

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ମୁତାବକ ଟୋରେଣ୍ଟ କମ୍ପାନୀ ବୁଧବାର ଦିନ ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ଥିଲା । ହେଲେ ନିଲାମ ଡାକି ନଥିଲା ଏହି କମ୍ପାନୀ । ହିନ୍ଦୁଜା ଗ୍ରୁପ ପ୍ରଥମ ପର୍ଯ୍ୟାୟର ରିଲିଆନ୍ସ କ୍ୟାପିଟାଲ ଉପରେ ୯୫୧୦ କୋଟି ଟଙ୍କା ନିଲାମ ଡାକିଥିଲା । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ହିନ୍ଦୁଜା ଗ୍ରୁପ ୯୬୫୦ କୋଟି ଟଙ୍କା ପର୍ଯ୍ୟନ୍ତ ନିଲାମ ଡାକିଥିଲା । ଏହାପରେ ଅନ୍ୟ କୌଣସି କମ୍ପାନୀ କାଉଣ୍ଟର ନିଲାମ ଡାକିନଥିଲେ ।