ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି : ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ

232

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ସମ୍ବଲପୁରରେ ୩୭.୮ ଡିଗ୍ରୀ, ବାଲେଶ୍ୱର ୩୭ ଡିଗ୍ରୀ, ପୁରୀ ୩୪.୪ ଡିଗ୍ରୀ, ଗୋପାଳପୁର ୩୩.୬ ଡିଗ୍ରୀ, ଝାରସୁଗୁଡା ୩୯.୪ଡିଗ୍ରୀ, କେନ୍ଦୁଝର ୩୨.୬ ଡିଗ୍ରୀ, ପାରାଦ୍ୱୀପ ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ରାଜଧାନୀବାସୀଙ୍କୁ ମଧ୍ୟ ସନ୍ତୁଳି ପକାଇଥିଲା । ଉପକୂଳ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ଗୁଳୁଗୁଳି ପାଗ ଜାରି ରହିବ । ସେହିପରି ଆସନ୍ତା ୨ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଅସ୍ୱାସ୍ଥ୍ୟକର ପାଗ ଜାରି ରହିବ ।