ଆସିଲା ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା । ତାଲିକାରେ ଏକମାତ୍ର କମ୍ପାନୀ ଇନଫୋସିସ

463

କନକ ବ୍ୟୁରୋ : ଆସିଲା ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା । ଯେଉଁଥିରେ ଭାରତର ମାତ୍ର ଗୋଟିଏ କମ୍ପାନୀ ରହିଛି । ଆମେରିକାର ଟାଇମ ମାଗାଜିନ ଏବଂ ଅନଲାଇନ ଡାଟା ପ୍ଲାଟଫର୍ମ ଷ୍ଟାଟିଷ୍ଟା ପକ୍ଷରୁ ୨୦୨୩ରେ ସବୁଠୁ ଶ୍ରେଷ୍ଠ ୭୫୦ କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ଯେଉଁଥିରେ ଆଇଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ଭାରତର ଇନଫୋସିସ୍ କମ୍ପାନୀ ରହିଛି । ଇନଫୋସିସ୍ ତାଲିକାରେ ୬୪ ନମ୍ବର ସ୍ଥାନରେ ରହିଛି । ଗୁଗୁଲ ମାଲିକାନାରେ ଥିବା ମାଇକ୍ରୋସଫ୍ଟ, ଆପଲ, ଆଲ୍ଫାବେଟ ଏବଂ ମେଟା ଆଗରେ ରହିଛନ୍ତି । ତେବେ ଇନଫୋସିସ୍କୁ ଛାଡି ୭୫୦ ର୍ୟାଙ୍କ ମଧ୍ୟରେ ଆଉ ୭ ଟି ଭାରତୀୟ କମ୍ପାନୀ ରହିଛି । ଭାରତୀୟ କମ୍ପାନୀ ଉଇପ୍ରୋ ୧୭୪ ନମ୍ବର ସ୍ଥାନରେ ରହିଥିବା ବେଳେ ମହିନ୍ଦ୍ରା ଗ୍ରୁପ ୨୧୦, ରିଲାଏନ୍ସ ୨୪୮, ଏଚସିଏଲ ଟେକ୍ନୋଲୋଜି ୨୬୨, ଏଚଡିଏଫସି ବ୍ୟାଙ୍କ ୪୧୮, ଡବ୍ଲ୍ୟୁଏନଏସ୍ ୫୯୬ ଏବଂ ଆଇଟିସି ୬୭୨ ନମ୍ବର ସ୍ଥାନରେ ରହିଛି । କମ୍ପାନୀର ଆୟ, କର୍ମଚାରୀଙ୍କ ସନ୍ତୋଷତା, କାର୍ଯ୍ୟ ପରିବେଶ ଏବଂ ଅନ୍ୟାନ୍ୟ ମାପଦଣ୍ଡକୁ ନେଇ ତାଲିକା ପ୍ରକାଶ କରାଯାଇଛି ।