ସୋସିଆଲ ମିଡିଆରେ ପୁଣି ସକ୍ରିୟ ହେବେ ଡୋନାଲ୍ଡ ଟ୍ରମ୍ପ: ଆସିଲା ଟ୍ରମ୍ପଙ୍କ ନିଜସ୍ୱ ସୋସିଆଲ ମିଡିଆ ଆପ୍

121

କନକ ବ୍ୟୁରୋ: ସୋସିଆଲ ମିଡିଆରୁ ପ୍ରାୟ ଗୋଟେ ବର୍ଷ ହେବ ଦୂରରେ ରହିବା ପରେ ଏବେ ନିଜର ଏକ ସୋସିଆଲ ମିଡିଆ ଆପ୍ ଲଂଚ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାର ନାଁ ରହିଛି ଟ୍ରୁଥ ସୋସିଆଲ । ଆପଲ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ କରି ହେବ । ଫେସବୁକ ଓ ଟୁଇଟର ପରି ସୋସିଆଲ ମିଡିଆକୁ ଦୃଷ୍ଟିରେ ରଖି ଟ୍ରମ୍ପ ନିଜର ଏହି ସୋସିଆଲ ମିଡିଆ ନିର୍ମାଣ କରିଛନ୍ତି । ଏହି ସୋସିଆଲ ମିଡିଆର ମାଲିକାନା ଟ୍ରମ୍ପ ମିଡିଆ ଓ ଟେକ୍ନୋଲୋଜି ଗ୍ରୁପ ନିକଟରେ ରହିବ । ୨୦୨୧ ଜାନୁଆରୀ ୬ ତାରିଖରେ ଟ୍ରମ୍ପଙ୍କ ସମଥକ ହ୍ୱାଇଟ ହାଉସରେ ପ୍ରବେଶ କରି ଜୋରଦାର ପ୍ରଦର୍ଶନ କରିଥିଲେ । ଏହା ପରଠୁ ଟ୍ରମ୍ପଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଁଟକୁ ବ୍ୟାନ କରାଯାଇଥିଲା ।