ଅଦିନିଆ ଝଡ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ: ଅନେକ ସ୍ଥାନରେ ଶହେ କିଲୋମିଟର ବେଗରେ ବହିଲା ପବନ

118

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତନ ହୋଇଛି । ଫଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି । ଅତ୍ୟଧିକ ବେଗରେ ପବନ ବହିବା ଫଲରେ ଦିଲ୍ଲୀର ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛ ଗୁଡିକ ଉପୁଡି ପଡିଛି । ଫଳରେ ଯାତାୟାତରେ ଭିଷଣ ଅସୁବିଧା ଦେଖା ଦେଇଛି ।

ସାଉଥ ବ୍ଲକରେ ମଧ୍ୟ ଆହାର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ପବନ ହେବା ଫଳରେ ଟ୍ରାଫିକ ପୋଷ୍ଟ ମଧ୍ୟ ଭାଙ୍ଗି ଯାଇ ତଳେ ପଡିଥିବା ଦେଖିବାକୁ ମିଳିଛି । ତେବେ ଅଚାନକ ପାଣିପାଗ ପରିବର୍ତନ ହୋଇ ବର୍ଷା ହେବା ରାଜଧାନୀ ବାସୀଙ୍କୁ ଆଶ୍ୱସ୍ତି ଦେଇଛି । ସେପଟେ ରାସ୍ତା ମଝିରେ ଗଛ ପଡିବା କାରଣରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ଘଂଟା ପ୍ରତି ପବନର ବେଗ ଶହେ କିଲୋମିଟର ରହିବା କାରଣରୁ ଅନେକ କ୍ଷୟକ୍ଷତି ରିପୋର୍ଟ ହୋଇଛି ।