ଲୋକଙ୍କ ଲୁହ ଭରା ଆଖି ଏବଂ ହସ୍ପିଟାଲର ବିକଳ ଚିତ୍ର ହିଁ ବୟାନ କରୁଛି କେତେ ଭୟଙ୍କର ଥିବ ଭୂମିକମ୍ପ । ଫଟୋରେ ଫଟୋରେ ଦେଖନ୍ତୁ ତୁର୍କୀର ସ୍ଥିତି…

176

କନକ ବ୍ୟୁରୋ : ତୁର୍କୀରେ ଭୟଙ୍କର ଭୂମିକମ୍ପରେ ତାସ ଘର ଭଳି ଭୁଷୁଡି ପଡିଛି ୫୬୦୦ରୁ ଅଧିକ ଘର । ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଆହୁରୀ ଲୋକଙ୍କ ଜୀବନ ଯିବା ନେଇ ଆଶଂକା ରହିଛି । ଏହାରି ଭିତରେ ଯେଉଁମାନେ ବଞ୍ଚିଯାଇଛନ୍ତି ସେମାନଙ୍କ ମଧ୍ୟରୁ କିଏ ବାପାଙ୍କୁ ହରାଇଛି ତ ଆଉ କିଏ ଭାଇ ଭଉଣୀ ମାଆଙ୍କୁ ହରାଇ ଛାତି ପିଟି କାନ୍ଦୁଛି । ଫଟୋରେ ଫଟୋରେ ନଜର ପକାନ୍ତୁ ଏହି ବିକଳ ଚିତ୍ର ଉପରେ ।

ରାତିରେ ସମସ୍ତେ ଶୋଇଥିବା ସମୟରେ ଆସିଥିଲା ମୃତ୍ୟୁର ଭୂମିକମ୍ପ । ସମୟ ପାଖାପାଖି ଭୋର ୪ଟା ହେବ । ସମସ୍ତେ ନିଘୋଡ ନିଦରେ ଘରେ ଶୋଇଥିବା ବେଳେ ଅଚାନକ ଘର ଥରିବାକୁ ଲାଗିଥିଲା । କେହି କିଛି ବୁଝିବା ପୂର୍ବରୁ ଘରଗୁଡିକ ତାସ ଘର ଭଳି ଭୂଷୁଡି ପଡିଥିଲା । ଜୀବନ ବଞ୍ଚାଇବା ପାଇଁ କେହି ସୁଯୋଗ ବି ପାଇନଥିଲେ । ଆଖି ପିଛୁଳାକେ ଘର ତଳେ ଚାପି ହୋଇଗଲେ ଶହ ଶହ ଲୋକ ।

କେବଳ ଯେ ମଣିଷଙ୍କ ଜୀବନ ଯାଇଛି ତା ନୁହେଁ ଘର ଭାଙ୍ଗିବା ଦ୍ୱାରା ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଛି । ଇଟା ପଥର ଓ କାନ୍ଥ ତଳେ ଦବିଯାଇଛି ଶହ ଶହ ମୂଲ୍ୟବାନ କାର ଏବଂ ଅନ୍ୟାନ୍ୟ ଗାଡି ।

ଏହି ଫଟୋ ଉପରେ ନଜର ପକାନ୍ତୁ ଜଣେ ମହିଳା ଜଣେ ସମ୍ପର୍କୀୟଙ୍କୁ ଧରି କାନ୍ଦୁଛନ୍ତି । କେବଳ ଏହି ଜଣେ ମହିଳା ନୁହଁନ୍ତି ୟାଙ୍କ ପରେ ଅନେକ ଲୋକ ବାସ ହରା ହୋଇଯାଇଛନ୍ତି । କିଏ ତା ପିଲାକୁ ହରାଇ ଛାତି ପିଟି କାନ୍ଦୁଛି ତ ଆଉ କିଏ ବାପା ମାଆ ଭାଇ ଭଉଣୀଙ୍କୁ ହରାଇ କାନ୍ଦୁଛି । ଭୂମିକମ୍ପ ଅନେକଙ୍କ କୋଳ ଶୂନ୍ୟ କରିଦେଇଛି । ଏପରି ଦୁଃଖ ଦେଇଯାଇଛି ନା ଏହାକୁ କେବେ କିଏ ଭୁଲିବ ନା କେବେ କିଏ ଏହି ଭୟଙ୍କର ଦିନକୁ ମନେ ରଖିବାକୁ ଚେଷ୍ଟା କରିବ ।

ଏଥିରୁ ବାଦ ପଡିନାହାନ୍ତି ପଶୁପକ୍ଷୀ । ଲୋକେ ଘରେ ରଖିଥିବା ପୋଷା ପଶୁପକ୍ଷୀଙ୍କର ମଧ୍ୟ ଏହି ଭୂମିକମ୍ପରେ ଜୀବନ ଚାଲିଯାଇଛି । ଅନେକ ପଶୁ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି ।

ଡାକ୍ତରଖାନା ଉପରେ ଯଦି ନଜର ପକାଇବେ ତାହେଲେ ହସ୍ପିଟାଲରେ ଚାରିଆଡେ ଆହତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି । ଅନେକଙ୍କ ମର ଶରୀର ମଧ୍ୟ ହସ୍ପିଟାଲ୍ ବାରେଣ୍ଡାରେ ପଡି ରହିଥିବା ଦେଖିବାକୁ ମିଳିଛି । ହସ୍ପିଟାଲର ବିକଳ ଚିତ୍ର ହିଁ ବୟାନ କରୁଛି କିତେ ଭୟଙ୍କର ଥିବ ଭୂମିକମ୍ପ । ଯେଉଁଥିରେ ହଜାର ହଜାର ଜୀବନ ଚାଲିଯାଇଛି ।

ଆକାଶ ମାର୍ଗରୁ ଯଦି ତୁର୍କୀର ଏହି ଭୟଙ୍କର ଚିତ୍ର ଉପରେ ନଜର ପକାଇବା ତେବେ ଦେଖିବାକୁ ମିଳିବ, ଚାରିଆଡେ ଖାଲି ଭଙ୍ଗା ଘର ଏବଂ ଧ୍ୱଂସ ସ୍ତୁପ ।