ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ନାହିଁ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବର୍ଷିଲେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ

224

କନକ ବ୍ୟୁରୋ : ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ । ଜଙ୍ଗଲ ରାଜ ଚାଲିଛି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଏପରି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା । କ୍ରାଇମରେ ଓଡିଶାର ସ୍ଥାନ ପ୍ରଥମ । ଏଠାରେ କ୍ୟାବିନେଟ ମନ୍ତ୍ରୀ କି ସାଧାରଣ ଜନତା ସୁରକ୍ଷିତ ନୁହନ୍ତି ବୋଲି ବିଜେପି ନେତା କହିଛନ୍ତି । ରାଜ୍ୟର ଲୋକମାନେ ନକ୍ସଲକୁ ଡରୁ ନାହାନ୍ତି । ବରଂ ମାଫିଆ, ଅପହରଣକାରୀ ଏବଂ ପୋଲିସକୁ ସାଧାରଣ ଲୋକେ ଡରୁଛନ୍ତି ବୋଲି କହିଛନ୍ତି ।

ଛାତ୍ର କଂଗ୍ରେସ ମଧ୍ୟ ଇସିଜି ରିପୋର୍ଟ ଏବଂ ତଦନ୍ତକୁ ନେଇ ଘେରିଛି । ଜବାବରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଏବେ ଏହା ଉପରେ ପ୍ରତିକ୍ରିୟା ଦେବା ଠିକ୍ ନୁହେଁ । ବିରୋଧୀଙ୍କ ଚରିତ୍ର ହୋଇଗଲାଣି ସମସ୍ତ ବିଷୟରେ ଟିପ୍ପଣୀ କରିବା । ଯଦି ଜୁଡିସିଆରି ଉପରେ ଭରସା ରହିବନି ତାହେଲେ ସମାଜ ଚାଲିବ କିପରି ବୋଲି ପ୍ରଶ୍ନ କରିଛନ୍ତି ।